fbpx

ବାସ୍ତୁ ଅନୁସାରେ କରନ୍ତୁ ହଳଦୀର ବ୍ୟବହାର : ରହିବନି ଧନର ଅଭାବ, ଦୂରେଇ ଯିବ ଦାରିଦ୍ର୍ୟତା

ଭୁବନେଶ୍ୱର : ହଳଦୀର ଔଷଧୀୟ ଗୁଣ ଥିବା ଯୋଗୁଁ ଏହାକୁ ଶରୀର ପାଇଁ ଉତ୍ତମ ମନେ କରାଯାଏ । କୌଣସି ଧାର୍ମିକ କାର୍ଯ୍ୟରେ ହଳଦୀକୁ ଶୁଭ ମାନା ଯାଏ । ବାସ୍ତୁ ଅନୁସାରେ ହଳଦୀକୁ ସଠିକ ଉପାୟରେ ବ୍ୟବହାର କରିବା ଦ୍ୱାରା ମଣିଷ ଜୀବନରେ ସୁଖ ଏବଂ ସମୃଦ୍ଧି ପାଇଥାଏ । ଜାଣିନିୟନ୍ତୁ ବାସ୍ତୁ ସହିତ ଜଡିତ କିଛି ବିଶେଷ ଉପାୟ ।

ଅଟକି ଥିବା ଟଙ୍କାକୁ ଫେରି ପାଇବାର ଉପାୟ : ବାସ୍ତୁ ଅନୁସାରେ ଆପଣ ଯଦି ହଳଦୀର ବ୍ୟବହାର ସଠିକ ଉପାୟରେ କରୁଛନ୍ତି, ତେବେ ଆପଣ ଅଟକି ଥିବା ଟଙ୍କା ଫେରି ପାଇବେ । ଟଙ୍କା ଫେରି ପାଇବା ପାଇଁ କିଛି ଚାଉଳକୁ ହଳଦୀ ସହିତ ମିଶାଇ ଦିଅନ୍ତୁ ଏବଂ ତାହାକୁ ଏକ ଲାଲ କପଡ଼ାରେ ବାନ୍ଧି ନିଜ ପର୍ସରେ ରଖନ୍ତୁ । ଏହା କରିବା ଦ୍ୱାରା ଅଟକି ଥିବା ଟଙ୍କା ଫେରି ପାଇବେ ଏବଂ ଆପଣଙ୍କୁ ଧନର କୌଣସି ଅସୁବିଧା ହେବ ନାହିଁ ।

ଘରୁ ଦୁଃଖ ଏବଂ ଦାରିଦ୍ରତାକୁ ଦୂରେଇବାର ଉପାୟ : ଘରର ପ୍ରବେଶ ଦ୍ୱାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଟେ । ଏଥି ଯୋଗୁଁ ଘର ତିଆରି କରିବା ସମୟରେ ମୁଖ୍ୟ ଦ୍ୱାରର ଦିଗ ଏବଂ ତିଆରି କରିବା ଉପରେ ବିଶେଷ ଧ୍ୟାନ ଦିଆଯାଏ । ଯଦି ଆପଣ ଘରୁ ଦୁଃଖ ଏବଂ ଦାରିଦ୍ରତା ଦୂର କରିବାକୁ ଚାହୁଁଛନ୍ତି, ତେବେ ମୁଖ୍ୟ ଦ୍ୱାର ଉପରେ ପାଣିରେ ହଳଦୀ ମିଶାଇ ଏକମୁଦ୍ରାକୁ ସେଥିରେ ପକାଇ ଦିଅନ୍ତୁ । ଏହାପରେ ସେହି ଜଳକୁ ମୁଖ୍ୟ ଦ୍ୱାର ଉପରେ ଛିଞ୍ଚନ୍ତୁ । ଏହା ଦ୍ୱାରା ପରିବାରରେ କୌଣସି ଦୁଃଖ ଏବଂ ଦାରିଦ୍ରତା ରହିବ ନାହିଁ ।

ଆର୍ଥିକ ସଂଙ୍କଟ ଦୂରେଇବାର ଉପାୟ : ବାସ୍ତୁ ଶାସ୍ତ୍ର ଅନୁସାରେ ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କୁ ହଳଦୀ ଚଢାଇବା ଶୁଭ ମନେ କରାଯାଏ । କୁହାଯାଉଛି ଯେ ଏହି ଉପାୟକୁ ଆପଣାଇଲେ ଘରର ଆର୍ଥିକ ସଂଙ୍କଟ ଦୂରେଇ ଯିବା ସହ ଘରକୁ ସୁଖ-ସମୃଦ୍ଧି ଆସିଥାଏ ।

ଅଟକି ଥିବା କାମକୁ ପୂରା କରିବା : ଗୁରୁବାରରେ ହଳଦୀ ରଙ୍ଗର ପୋଷାକ, ବେସନର ଲଡ୍ଡୁ, ସୁପାରୀ ଏବଂ ବିଶେଷ କରି ହଳଦୀର ଦାନ କରନ୍ତୁ । ମନେ କରାଯାଏ ଯେ ଏହି ଉପାୟକୁ କରିବା ଦ୍ୱାରା ଅଟକି ଥିବା କାମ ପୂର୍ଣ୍ଣ ହୋଇଥାଏ ।

ଉତ୍ତମ ବୈବାହିକ ଜୀବନ ପାଇଁ ଉପାୟ : ଆପଣଙ୍କ ବିବାହରେ ଯଦି କୌଣସି ବାଧା ଆସୁଛି, ତେବେ ପ୍ରତିଦିନ ଭଗବାନ ବିଷ୍ଣୁ ଏବଂ ମାଆ ଲକ୍ଷ୍ମୀଙ୍କୁ ହଳଦୀ ଅର୍ପଣ କରନ୍ତୁ । ଏହି ଉପାୟକୁ କରିବା ଦ୍ୱାରା ବୈବାହିକ ଜୀବନର ବାଧା ବୂର ହୋଇଯାଏ ।

Get real time updates directly on you device, subscribe now.