fbpx

କାହାକୁ ବି କୁହନ୍ତୁନି ଏହି ୪ଟି କଥା ଅନ୍ୟଥା ସାରା ଜୀବନ ପସ୍ତାଇବେ

ମାନବର ଉପଯୁକ୍ତ ଓ ଶୃଙ୍ଖଳିତ ଜୀବନଯାପନ ଲାଗି ଆଚାର୍ଯ୍ୟ ଚାଣକ୍ୟ ବହୁ ହିତୋପଦେଶ ଦେଇଛନ୍ତି ଯାହାକୁ ପାଳନ କଲେ ଜଣେ ବ୍ୟକ୍ତିର ଜୀବନ ସୁଖ ଶାନ୍ତିମୟ ହୋଇପାରିବ । ଏହି କ୍ରମରେ ଚାଣକ୍ୟ କହିଛନ୍ତି ଏପରି କିଛି କଥା ରହିଛି ଯାହା ଜୀବନରେ କାହା ସହ ବି ସେୟାର କରିବା କଥା ନୁହେଁ । ତେବେ କ’ଣ ସେହି ୪ଟି କଥା ଯାହା କାହା ଆଗରେ ପ୍ରକାଶ ନ କରିବାକୁ ଚାଣକ୍ୟ ପରାମର୍ଶ ଦେଇଛନ୍ତି ।
-ଚାଣକ୍ୟ କହିଛନ୍ତି ପ୍ରତି ବ୍ୟକ୍ତିକୁ ଜୀବନରେ କେବେ ନା କେବେ ଆର୍ଥିକ କ୍ଷତିର ସାମ୍ନା କରିବାକୁ ପଡିଥାଏ । କିନ୍ତୁ ଏ ବିଷୟରେ କାହାକୁ କହିବା ଠିକ୍ ନୁହେଁ ।
-ପ୍ରାୟ ସମୟରେ ପରିବାର ମଧ୍ୟରେ ଦୁଃଖ, କ୍ଲେଶ, ଝଗଡା ଓ ମନୋମାଳିନ୍ୟ ସୃଷ୍ଟି ହୋଇଥାଏ । କିନ୍ତୁ ଏ ବିଷୟରେ ବାହାର ଲୋକଙ୍କୁ କହିବା ଠିକ୍ ନୁହେଁ ।
– ଆଚାର୍ଯ୍ୟ ଚାଣକ୍ୟ ଆହୁରି କହିଛନ୍ତି ଜୀବନରେ ଥରେ ନା ଥରେ ଯେ କୌଣସି ବ୍ୟକ୍ତି କାହାଠାରୁ ଧୋକ୍କା ଖାଇଛି କିମ୍ବା ଠକି ଯାଇଛି । କିନ୍ତୁ ଏ ବିଷୟରେ ସେ ଅନ୍ୟ କାହାକୁ ବି କିଛି କହିବା ଠିକ୍ ନୁହେଁ ।
-କୌଣସି ଦୁଃଖ କିମ୍ବା ପରିସ୍ଥିତିରୁ ଆପଣଙ୍କ ମାନସିକ ଅବସ୍ଥା ଠିକ୍ ନ ଥିଲେ ତାହା ବି ଆପଣ ସମସ୍ତଙ୍କୁ କୁହନ୍ତୁ ନାହିଁ । ଯେଉଁ ବ୍ୟକ୍ତି ଏହିସବୁ ପରିସ୍ଥିତିରେ ନିଜକୁ ଚୁପ୍ ରଖିପାରିଥାଏ ସେ ହିଁ ବୁଦ୍ଧିମାନ ବ୍ୟକ୍ତି ।
ଏହି ୪ କଥା ଅନ୍ୟକୁ କହିବା ଦ୍ୱାରା ସମସ୍ୟା ଦେଖାଦେଇପାରେ ବୋଲି ଚାଣକ୍ୟ କହିଛନ୍ତି । ପରବର୍ତ୍ତୀ ସମୟରେ ଲୋକମାନେ ଆପଣଙ୍କ ମଜାକ ଉଡାଇ ପାରନ୍ତି ବୋଲି ଚାଣକ୍ୟ କହିଛନ୍ତି । ଏପରି ସ୍ଥିତି ଆପଣଙ୍କ ସାମ୍ନାରେ ସୃଷ୍ଟି ହେଲେ ଆପଣ ନିଜେ ତାହା ସମାଧାନ କରିବାକୁ ଚେଷ୍ଟା କରନ୍ତୁ ।

 

Get real time updates directly on you device, subscribe now.