fbpx
BJD SKY
BJD SKY

OCCL ସିନିଅର ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ରେଡ୍

BJD

ସମ୍ବଲପୁର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଛନ୍ତି OCCL ସିନିଅର ମ୍ୟାନେଜର । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ନିର୍ମାଣ ନିଗମ ବା OCCL ସିନିଅର ମ୍ୟାନେଜର ରଞ୍ଜନ କୁମାର ଡାଙ୍ଗଙ୍କ ଘରେ ରେଡ ହୋଇଛି । ଏହି ମାମଲାରେ ସମ୍ବଲପୁର ଚୈତନ୍ୟ ନଗର ବାସଭବନରରେ ଚଢ଼ାଉ ଜାରି ରହିଛି ।

ତେବେ ରଞ୍ଜନ ଏବେ OCCL ବରିଷ୍ଠ ପ୍ରବନ୍ଧକ ଭାବେ କାର୍ଯ୍ୟରତ ଅଛନ୍ତି । ସେ ସମ୍ବଲପୁର ଧୋବୀ ନୀଳ ଓ ଦୁର୍ଗାପାଲ ଓଭରବ୍ରିଜ ପ୍ରକଳ୍ପ ଦାୟିତ୍ୱରେ ଅଛନ୍ତି । ଚଢ଼ାଉ ବେଳେ ରଞ୍ଜନଙ୍କ ଘରୁ କେତେ କ’ଣ ଜବତ ହୋଇଛି, ସେନେଇ କୌଣସି ସୂଚନା ମିଳିପାରି ନାହିଁ ।

Get real time updates directly on you device, subscribe now.