fbpx

ଡ୍ରେନରୁ ମିଳିଲା ନିଖୋଜ ଛାତ୍ରଙ୍କ ମୃତଦେହ!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ଗଣ୍ଡମୁଣ୍ଡା ସୌଭାଗ୍ୟନଗରର ନାଳଭିତରେ ଗତକାଲି ଭାସିଯାଇଥିବା ଦଶମ ଛାତ୍ରର ମୃତଦେହ ଆଜି ଉଦ୍ଧାର ହୋଇଛି । ୧୯ ଘଣ୍ଟାର ଅପରେସନ ପରେ ଉଦ୍ଧାରକାରୀ ଦଳ ଛାତ୍ରର ମୃତଦେହ ଉଦ୍ଧାର କରିଛି । ପଞ୍ଚଶଖା ନଗର ମୁଖ୍ୟ ଡ୍ରେନ ନିକଟ ବୁଦା ଭିତରୁ ମିଳିଛି ମୃତଦେହ ।

ଅନ୍ୟପଟେ ଉଦ୍ଧାର ହୋଇଥିବା ମୃତଦେହକୁ ଚିହ୍ନଟ ପାଇଁ ଉଦ୍ୟମ ଜାରି ରହିଛି । ତେବେ ଗତକାଲି ଶିରିପୁର ଶତାବ୍ଦୀନଗର ବ୍ୟାଙ୍କ କଲୋନୀରେ ଛାତ୍ର ଜଣକ ନାଳରେ ଭାସିଯାଇଥିଲେ ।୧୫ ବର୍ଷର ଜ୍ୟୋତିପ୍ରକାଶ ବେହେରା ଟ୍ୟୁସନ୍ ଯାଉଥିବା ବେଳେ ନାଳରେ ଭାସିଯାଇଥିଲେ । ପ୍ରବଳ ବର୍ଷାରେ ଖୋଲା ଡ୍ରେନରେ ପ୍ରବାହିତ ପାଣିରେ ସେ ଭାସିଯାଇଥିବା ବେଳେ ୩୪ ଜଣ ଅଗ୍ନିଶମ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ ।

Get real time updates directly on you device, subscribe now.