fbpx

ଭିଜିଲାନ୍ସ ପଞ୍ଝାରେ ସରକାରୀ ବାବୁ;ଗାଁକୁ ଯାଉଥିବା ସମୟରେ ମାଡି ବସିଲା ଭିଜିଲାନ୍ସ

ଧର୍ମଗଡ: ଜୋର ସୋର ଚାଲିଛି ଭିଜିଲାନ୍ସ ରେଡ । ପୁଣି ଭିଜିଲାନ୍ସପଞ୍ଝାରେ ଆଉ ଏକ ସରକାରୀ କର୍ମଚାରୀ । ଏଥର ଭିଜିଲାନ୍ସ କବ୍ଜାରେ ବନ କର୍ମଚାରୀ । କଳାହାଣ୍ଡି ଭବାନୀପାଟଣାରେ ରାତିଅଧିଆ ଭିଜିଲାନ୍ସ ରେଡ । ସଗଡା ବନବିଭାଗର ଫରେଷ୍ଟର ଯୋଗେନ୍ଦ୍ର ମାଝୀ ୨ ଲକ୍ଷ ନେଇ ନିଜ ଗାଁକୁ ଯାଉଥିଲେ । ଠିକ ସେହି ସମୟରେ ବନ କର୍ମଚାରୀ ଙ୍କୁ କାବୁ କରିଥିଲା ଭିଜିଲାନ୍ସ ।

ଭବାନୀପାଟଣା ଇରିଗେଶନ ଛକ ଠାରେ କଳାହାଣ୍ଡି ମାଲନକାନଗିରି ଓ କୋରାପୁଟ ଭିଜିଲାନ୍ସ ଟିମ ଖବର ପାଇ ଏକାକାଳୀନ ଚଢ଼ାଉ କରିଥିଲେ । ଫଳରେ ଫରେଷ୍ଟର ମାଝୀଙ୍କ ଠାରୁ ୨ଲକ୍ଷ ଜବତ କରି ଭବାନୀପାଟଣା ଭିଜିଲାନ୍ସ ଅଫିସୃକୁ ଆଣି ପଚରା ଉଚରା ଜାରି ରଖିଛି । ପୂର୍ବରୁ ମଧ୍ୟ ତାଙ୍କ ନାଁ ରେ ବିଭିନ୍ନ ଅଭିଯୋଗ ଥିବା ସୂଚନା ମିଳିଛି ।

Get real time updates directly on you device, subscribe now.