fbpx
BSKY
BJD SHG SKY
BJD MC SKY

ବ୍ୟାଙ୍କ ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ଚଢାଉ

ବଲାଙ୍ଗିର,୨୯ ।୧୨(ଓଡିଶା ଭାସ୍କର): ବଲାଙ୍ଗିର କୋପରେଟିଭ ବ୍ୟାଙ୍କୁ ମ୍ୟାନେଜରଙ୍କ ଘରେ ଆଜି ଭିଜିଲାନ୍ସ ଚଢାଉ ହୋଇଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ୟାଙ୍କ ମ୍ୟାନେଜର ସୁଧୀର ନନ୍ଦଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଥିବା ଜଣାପଡିଛି । ବଲାଙ୍ଗିର ପ୍ୟାଲେସ ଲାଇନ୍ ଓ ରୁଗୁଡାପଡା ଘରେ ଚଢାଉ ହୋଇଛି । ଏହା ସହ କୋପରେଟିଭ୍ ବ୍ୟାଙ୍କ କାର୍ଯ୍ୟାଳୟରେ ମଧ୍ୟ ଚଢାଉ ହୋଇଛି ।

ସେହିପରି ଅନଗୁଳ ‘ଆର୍‌ଡବ୍ଲୁଏସ୍‌ଏସ୍‌’ ଉପଖଣ୍ଡ ଅଧୀନରେ ଥିବା ଗ୍ରାମୀଣ ପାନୀୟ ଜଳ ଯୋଗାଣ ଏବଂ ପରିମଳ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣି ତଥା କ୍ୟାସିୟର୍‌ ରୋହିତାଶ୍ୱ ବାଗଙ୍କ ବାସ ଭବନ ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ଚଢାଉ ହୋଇଛି । କଟକ ଡିଭିଜନ୍‌ର ଭିଜିଲାନ୍‌ସ୍‌ ଅଧିକାରୀମାନେ ଏକକାଳୀନ ବାଗଙ୍କର ଅନଗୁଳ ଜେଲ୍‌ ରୋଡ୍‌ସ୍ଥିତ ସରକାରୀ କ୍ୱାର୍ଟର୍ସ, ଆଠମଲ୍ଲିକ ଥାନା ଅନ୍ତର୍ଗତ ନୂଆସାହି ଗ୍ରାମରେ ଥିବା ଦୁଇ ମହଲା କୋଠା, ତାଙ୍ଗିଆନିସାରେ ଥିବା କୁକୁଡ଼ା ଫାର୍ମ, ବୌଦ୍ଧ ଜିଲ୍ଲାର ପିଡବ୍ଲୁଡି ଅଫିସ୍‌ ପାଖରେ ଥିବା ପାଣି ବୋତଲ କାରଖାନା, ଆଠମଲ୍ଲିକରେ ଥିବା ଭଡ଼ାଘର, ଆଠମଲ୍ଲିକ ଜିଲ୍ଲା ଅନ୍ତର୍ଗତ ବଡ଼ଗାଁରେ ଥିବା ପୈତୃକ ଘର ଏବଂ ଅନଗୁଳସ୍ଥିତ ‘ଆର୍‌ଡବ୍ଲୁଏସ୍‌ଏସ୍‌’ର କାର୍ଯ୍ୟାଳୟରେ ଥିବା ତାଙ୍କ ପ୍ରକୋଷ୍ଠରେ ଚଢ଼ାଉ ଜାରି ରଖିଛନ୍ତି।

Get real time updates directly on you device, subscribe now.