fbpx
BJD SKY
BJD SKY

OTTରେ ଡେବ୍ୟୁ କରିବେ ବିକ୍ରାନ୍ତ ମେସି

BJD

ମୁମ୍ବାଇ: ବଲିଉଡ଼ ଅଭିନେତା ବିକ୍ରାନ୍ତ ମେସି 12th ଫେଲ୍ ଚଳଚ୍ଚିତ୍ର ରିଲିଜ ହେବା ପରଠାରୁ ଲାଇମ ଲାଇଟରେ ରହିଆସିଛନ୍ତି । ଏହି ଚଳଚ୍ଚିତ୍ରରେ ବିକ୍ରାନ୍ତ ନିଜ ଉକ୍ରୃଷ୍ଟ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ମନ କିଣି ପାରିଥିଲେ । ଏଥିମଧ୍ୟରେ ଖବର ଆସୁଛି କି ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ରାଜକୁମାର ହିରାନୀ ତାଙ୍କ ନୂତନ ପ୍ରୋଜେକ୍ଟ ପାଇଁ ବିକ୍ରାନ୍ତଙ୍କୁ ଚୟନ କରିଛନ୍ତି । ‘ସଞ୍ଜୁ’, ‘୩ ଇଡିୟଟ୍ସ’ ଏବଂ ‘ଡଙ୍କି’ ଭଳି ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି ହିରାନୀ ।
ତେବେ ‘ଡଙ୍କି’ର ସଫଳତା ପରେ ହିରାନୀ ନୂତନ ପ୍ରୋଜେକ୍ଟ ଆଡ଼କୁ ମୁହାଇଁଛନ୍ତି । ବର୍ତ୍ତମାନ ସେ OTTରେ ଡେବୁ କରିବା ପାଇଁ ଯୋଜନା କରୁଛନ୍ତି । କୁହାଯାଉଛି ସେ ଏକ ୱେବ୍ ସିରିଜ୍ ଆଣିବାକୁ ଯାଉଛନ୍ତି । ଏହି ୱେବ୍ ସରିଜରେ ବିକ୍ରାନ୍ତ ମୁଖ୍ୟ ଭୂମିକାରେ ନଜର ଆସିବେ । ତେବେ ସାଇବର ଅପରାଧ ଉପରେ ଆଧାରିତ ହେବ ଏହି ୱେବ୍ ସିରିଜ୍ ।

ନିକଟରେ ରାଜକୁମାର ହିରାନୀ ନୂତନ ପ୍ରୋଜେକ୍ଟ ବିଷୟରେ ଏକ ସାକ୍ଷାତକାରରେ କହିଥିଲେ, ‘କିଛି କାହାଣୀ ଏକ ଲମ୍ବା ଫର୍ମାଟ ଆବଶ୍ୟକ କରେ ଏବଂ ଆପଣ ଏକ ଫିଲ୍ମରେ ତିଆରି କରିପାରିବେ ନାହିଁ । କୋଭିଡ଼ ସମୟରେ ଆମେ ଏହି କାହାଣୀ ପାଇଲୁ । ମୁଁ ଏହି ସିରିଜରେ ଏକ ଶୋ ରନର ଭାବରେ କାର୍ଯ୍ୟ କରିବି ଏବଂ ଏହି ଶୋ ସହ ଜଡ଼ିତ ରହିବି । ତେବେ ଏହି କାହାଣୀକୁ ନେଇ ମୁଁ ବେଶ ଉତ୍ସାହିତ ଅଛି ।’

 

Get real time updates directly on you device, subscribe now.