fbpx

(Video) ଭୂୂମିରୁ ୩ ହଜାର ଫୁଟ ତଳେ ଜୀବନ: ପାତାଳି ଗାଁ ନାମରେ ଖୁବ୍ ପରିଚିତ, ଜାଣନ୍ତୁ କେଉଁଠି…

ସ୍ୱର୍ଗ ଲୋକ ଏବଂ ପାତାଳ ଲୋକଙ୍କ କାହାଣୀ ଆପଣ ଅନେକ ଥର ଶୁଣିଥିବେ ନିଶ୍ଚୟ । ଏହି ଦୁଇଟି ଦୁନିଆ ମଧ୍ୟରୁ ସ୍ୱର୍ଗକୁ ଆକାଶ ସହ ତ ପାତାଳକୁ ଭୂମି ସହ ତୁଳନା କରାଯାଏ । କିନ୍ତୁ ବାସ୍ତବରେ ଏହି ସବୁ ସ୍ଥାନ ଗୁଡ଼ିକ ବିଷୟରେ କୌଣସି ସତ୍ୟତା ଆଜି ଯାଏଁ ମିଳିପାରିନି । କିନ୍ତୁ ଆଜି ଆମେ ଆପଣଙ୍କୁ ଏଭଳି ଏକ ଗାଁ ବିଷୟରେ କହିବାକୁ ଯାଉଛୁ । ଯେଉଁ ଗାଁ ଭୂମି ଉପରୁ ୩ହଜାର ଫୁଟ ତଳରେ ଅବସ୍ଥିତ ।

ଆପଣ ଦୂନିଆରେ ଥିବା ଅନେକ ଅଜବ  ଗାଁ ବିଷୟରେ ତ ଶୁଣିଥିବେ । ଯେଉଁ ଗାଁରେ କେବଳ ଯାଆଁଳା ଶିଶୁ ଜନ୍ମ ନେଇଥାନ୍ତି ତ ଆଉ କେଉଁଠି କେବଳ କିଡନୀ ରୋଗୀ ଦେଖିବାକୁ ମିଳିଥାନ୍ତି । ସେହିଭଳି ଏହି ଗାଁଟି ଭୂମିରୁ ୩ ହଜାର ଫୁଟ ତଳେ ଅବସ୍ଥିତ ଥିବା ନେଇ ସବୁବେଳେ ଚର୍ଚ୍ଚାରେ ରହିଆସିଛି । ଆଉ ଏହି ଗାଁଟି ହେଲା ଆମେରିକାର ଗ୍ରାଣ୍ଡ କେନିୟନ ସ୍ଥିତ ହବାସୁ କେନିୟନର ସୁପାଇ ଗାଁ ।

ଏହି ଗାଁଟି ପାତାଳରେ ଅବସ୍ଥିତ ହେତୁ ଏଠାକୁ ପ୍ରତି ବର୍ଷ ୫୫ ଲକ୍ଷ ପର୍ଯ୍ୟଟକ ଏହି ସ୍ଥାନ ପରିଦର୍ଶନରେ ଆସିଥାନ୍ତି । ଗାଁଟି ଏକ ଗଭୀର ଘାଟିରେ ଅବସ୍ଥିତ । ଏଠାରେ ରହୁଥିବା ଲୋକଙ୍କୁ ରେଡ ଇଣ୍ଡିଆନ ବୋଲି କୁହାଯାଉଥିବାବେଳେ ବର୍ତ୍ତମାନ ଏଠାରେ ପାଖାପାଖି ୨୦୮ଜଣ ଲୋକ ବସବାସ କରିଥାନ୍ତି । ଯେହେତୁ ଗାଁଟି ଭୂମି ତଳେ ଅବସ୍ଥିତି ସେଥିପାଇଁ ଏଠାକୁ ଯାତାୟାତର ମାଧ୍ୟମ ଖୁବ କମ୍ ହୋଇଥାଏ । ଏହା ବାହ୍ୟ ଜଗତରୁ ବିଚ୍ଛିନ୍ନ ହେବା ସହ ଏହା ପଛୁଆ ଅଞ୍ଚଳ ଭାବେ ପରିଚିତ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.