fbpx
BJD SKY
BJD SKY

ଅର୍ଦ୍ଧରାତ୍ରୀରେ ଘରକୁ ଆସି ରଙ୍ଗୋଲି ପକାଉଛି, ପୂଜା କରୁଛି ଅଜବ ଜୀବ; ସମସ୍ୟାରୁ ମୁକ୍ତି ପାଇଁ ଶିବଙ୍କ ଶରଣ ନେଲେ ଗ୍ରାମବାସୀ

BJD

କାକିନାଡା: ଆନ୍ଧ୍ରପ୍ରଦେଶ କାକିନାଡା ଜିଲ୍ଲା ମୁଖ୍ୟାଳୟ ନିକଟରେ ପେଦ୍ଦାପୁରମ ମଣ୍ଡଳର କନ୍ଦରାକୋଟା ଗ୍ରାମବାସୀ ଦୀର୍ଘ ୨୦ ଦିନ ହେବ ରାତିରେ ଶୋଇନାହାନ୍ତି । ଗ୍ରାମବାସୀ ଅଭିଯୋଗ କରିଛନ୍ତି କି ଜଣେ ଉଲଗ୍ନ ବ୍ୟକ୍ତି ଆମ୍ବଗଛ ଉପରେ ଚଢି ଗୋଟିଏ ଘରୁ ଅନ୍ୟ ଏକ ଘରକୁ ଯାଇ ଆତଙ୍କ ସୃଷ୍ଟି କରୁଛି । ସେମାନଙ୍କ କହିବା ଅନୁଯାୟୀ ଜଣେ କଳା ଓ ବଡ ମୁଣ୍ଡ ଥିବା ଉଲଗ୍ନ ବ୍ୟକ୍ତି ପୁରା ଗାଁରେ ଆତଙ୍କ ସୃଷ୍ଟି କରିଛି ।

ଗାଁ ବାଲା ଅଭିଯୋଗ କରିଛନ୍ତି କି ଏହି ଉଲଗ୍ନ ବ୍ୟକ୍ତି ସମସ୍ତଙ୍କ ଘରେ ପଶି ରଙ୍ଗୋଲି ଆଙ୍କୁଛି ଓ ଲେମ୍ବୁ ଦେଇ ପୂଜା କରୁଛି । ଏହା ଦେଖିବା ପରେ ସାରା ଗାଁ ଲୋକଙ୍କ ଆଖିରୁ ନିଦ ହଜିଯାଇଛି । ଏହି ଅଜଣା ବ୍ୟକ୍ତି ଅର୍ଦ୍ଧରାତ୍ରୀରେ ଆସୁଛି । ରାତି ପ୍ରାୟ ୨ ଘ. ୩୦ମି. ସମୟରେ ଲୋକମାନେ କାହାର କାନ୍ଦ ଓ ଚିତ୍କାର ଶୁଣିବାକୁ ପାଉଛନ୍ତି । ଏହି ଘଟଣା ପରେ ଗାଁ ଲୋକମାନେ ଠେଙ୍ଗାବାଡି ଧରି ଏକତ୍ରୀତ ହୋଇ ଟର୍ଚ୍ଚ ମାରି ଏହି ଅଜବ ଜୀବକୁ ସନ୍ଧାନ କରିଥିଲେ ବି ତାକୁ ଧରିପାରି ନାହାନ୍ତି । ସେମାନଙ୍କ କହିବା ଅନୁଯାୟୀ ଏହି ଅଜବ ଜୀବ ଆମ୍ବ ଗଛ ଉପରକୁ ଡେଇଁ କେଉଁଆଡେ ଗାଏବ ହୋଇଯାଉଛି ।

କିଛି ଲୋକ କହୁଛନ୍ତି ଏହା ଏକ ଖରାପ ଶକ୍ତି ତ ଆଉ କିଛି କହୁଛନ୍ତି ଏହା ଏକ ରାକ୍ଷାସ । ଅନ୍ୟ କିଛି ଲୋକ କହୁଛନ୍ତି କୌଣସି ମନ୍ଦ ସ୍ୱଭାବର ବ୍ୟକକ୍ତି ଗ୍ରାମବାସୀଙ୍କୁ ଜାଣିଶୁଣି ଏପରି ହଇରାଣ କରୁଛି । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଗ୍ରାମବାସୀ ଏବେ ଭଗବାନ ଶିବଙ୍କ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା ଆରମ୍ଭ କରିଛନ୍ତି । ଏହା ସହିତ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ ମଧ୍ୟ ସେମାନେ ଏହି ସମସ୍ୟାର ସମାଧାନ ପାଇଁ ନିବେଦନ କରିଛନ୍ତି ।

Get real time updates directly on you device, subscribe now.