fbpx
BJD SKY
BJD SKY

ସାବଧାନ୍: ଏଣିକି ପ୍ରଥମ ଉଲ୍ଲଙ୍ଘନରେ ବି ରଦ୍ଦ ହେବ ଲାଇସେନ୍ସ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲୋକଙ୍କ ସୁରକ୍ଷା ପାଇଁ ମୋଟର ଯାନ ଆଇନକୁ କଡ଼ାକଡ଼ି କରାଯାଇଛି । ଏଣିକି ମୋଟର ଯାନ ଆଇନ ଉଲ୍ଲଙ୍ଘନ କଲେ ଅସ୍ଥାୟୀ ଭାବେ ଲାଇସେନ୍ସ ରଦ୍ଦ ହେବ । ପ୍ରାୟ ୩ ମାସ ପାଇଁ ଅସ୍ଥାୟୀ ଭାବେ ଡ୍ରାଇଭିଙ୍ଗ ଲାଇସେନ୍ସ ରଦ୍ଦ ହେବ । ଏନେଇ ସମସ୍ତ ପରିବହନ ଅଧିକାରୀଙ୍କୁ ବା ଆରଟିଓକୁ ଚିଠି ଲେଖିଛନ୍ତି ପରିବହନ କମିଶନର ।

ହେଲମେଟ୍ ନପିନ୍ଧିଲେ ଓ ମୋବାଇଲ ବ୍ୟବହାର କରୁଥିଲେ ଲାଇସେନ୍ସ ରଦ୍ଦ ହେବ । ଏହା ବ୍ୟତୀତ ମଦ ପିଇ ଗାଡ଼ି ଚଳାଇଲେ ଓ ଅଧିକ ବେଗରେ ଗାଡ଼ି ଚଳାଇଲେ ବି ଲାଇସେନ୍ସ ରଦ୍ଦ କରାଯିବ । ସେହିପରି ‘ରେଡ଼୍ ଲାଇଟ୍’ ଉଲ୍ଲଙ୍ଘନ ଓ ଭୁଲ ଦିଗରେ ଗାଡ଼ି ଚଳାଇଲେ ଲାଇସେନ୍ସ ରଦ୍ଦ କରାଯିବ । ଏହି ଦିଗରେ ସୁପ୍ରିମକୋର୍ଟ କମିଟିର ନିର୍ଦ୍ଦେଶ ଲାଗୁ କରିବାକୁ ଚିଠି ଲେଖିଛନ୍ତି ପରିବହନ କମିଶନର ।

Get real time updates directly on you device, subscribe now.