fbpx

ଆମାଜନ୍ ଦେଉଛି ବମ୍ପର୍ ଅଫର୍, ଚାକିରି ସହିତ ପାଇବେ ୧ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ଅନଲାଇନ୍ ମାର୍କେଟପ୍ଲେସ ଆମାଜନ୍ ନୂଆ ଗୋଦାମ କର୍ମଚାରୀଙ୍କୁ ୧୦୦୦ ପାଉଣ୍ଡ ବା ପ୍ରାୟ ୧ ଲକ୍ଷ ଟଙ୍କାର ଜଇନିଙ୍ଗ ବୋନସ୍ ଯୋଗାଉଛି । ନିଯୁକ୍ତି ସଙ୍କଟକୁ ଯଥାଶୀଘ୍ର ଶେଷ କରିବାକୁ କମ୍ପାନୀ ଏପରି କରୁଛି । ବଢ଼ୁଥିବା ଚାହିଦାକୁ ମେଣ୍ଟାଇବାକୁ ପାଇଁ ୟୁକେରେ ଗୋଦାମ ସଂଗ୍ରହକାରୀ ଓ ପ୍ୟାକର୍ସଙ୍କ ପାଇଁ ‘ଜରୁରୀ ଆବଶ୍ୟକତା’ ରହିଛି । କରୋନା ମହାମାରୀ କାଳରେ କର୍ମଚାରୀଙ୍କ ଯୋଗୁଁ ଅନେକ କ୍ଷତି ହୋଇଛି ।

ଗତ ମାସର ତଥ୍ୟରେ ଦର୍ଶାଯାଇଛି ଯେ, ଜୁନ୍ ଶେଷ ପର୍ଯ୍ୟନ୍ତ ୩ ମାସ ମଧ୍ୟରେ ୯,୫୩,୦୦୦ ପଦବୀ ଖାଲି ପଡିଛି ଓ ଜୁଲାଇରେ ପ୍ରଥମଥର ପାଇଁ ଏହି ସଂଖ୍ୟା ପ୍ରଥମଥର ପାଇଁ ଏକ ଲକ୍ଷରୁ ଅଧିକ ହୋଇଛି । ଆମାଜନରେ ଦିଆଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ‘ସେପ୍ଟେମ୍ବର ୧୮ ପୂର୍ବରୁ କାମ କରୁଥିବା ବ୍ୟକ୍ତିମାନେ ୧,୦୦୦ ପାଉଣ୍ଡର ବୋନସ୍ ପାଇବାକୁ ଯୋଗ୍ୟ ସାବ୍ୟସ୍ତ ହୋଇପାରନ୍ତି । କମ୍ପାନୀ ଘଣ୍ଟା ପ୍ରତି ୧୧.୧୦ ପାଉଣ୍ଡ ଦେବ ଓ ଓଭର ଟାଇମ୍ ପାଇଁ ଏହା ୨୨.୨୦ ପାଉଣ୍ଡକୁ ବୃଦ୍ଧି ପାଇବ ।

Get real time updates directly on you device, subscribe now.