fbpx
BJD SKY
BJD SKY

ଟସ୍ ଜିତି କୋହଲିଙ୍କ ବ୍ୟାଟିଂ ନିଷ୍ପତି: LORD’S ପରେ LEEDS ବିଜୟ ଲକ୍ଷ୍ୟରେ ଭାରତ

BJD

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳା ଯାଉଥିବା ତୃତୀୟ ଟେଷ୍ଟରେ ଟସ୍ ଜିତି ବ୍ୟାଟିଂ ନିଷ୍ପତି ନେଇଛି ଭାରତ। ଲିଡ୍ସ ରେ ଖେଳାଯାଉଥିବା ଟେଷ୍ଟରେ ବିରାଟ କୋହଲି ଟସ୍ ଜିତି ବ୍ୟାଟିଂ ନିଷ୍ପତି ନେଇଥିବା ବେଳେ ଅପରିବର୍ତ୍ତିତ ଦଳ ସହ ପଡିଆକୁ ଓହ୍ଲାଇଛି ଭାରତ। ଲର୍ଡସ୍ ବିଜୟ ପରେ ଭାରତୀୟ ଦଳ ଆତ୍ମବିଶ୍ଵାସ ସହିତ ପଡିଆକୁ ଓହ୍ଲାଇଥିବା ବେଳେ ଇଂଲଣ୍ଡ ଦଳ ଦୁଇଟି ପରିବର୍ତ୍ତନ କରିଛି।

ଡୋମିନିକ ସିବଲି ଙ୍କ ସ୍ଥାନରେ ଦାୱିଦ ମଲାନ ଏବଂ ମାର୍କ ଉଡଙ୍କ ସ୍ଥାନରେ କ୍ରେଗ ଓଭର୍ଟନଙ୍କୁ ଦଳରେ ସାମିଲ କରାଯାଇଛି। ସେହିପରି ୪ର୍ଥ ଥର ପାଇଁ ଅପରିବର୍ତ୍ତିତ ଦଳ ସହ ପଡିଆକୁ ଓହ୍ଲାଇଛନ୍ତି ବିରାଟ କୋହଲି। ଏହା ସହିତ ଲର୍ଡସ୍ ବିଜୟ ପରେ ଲିଡ୍ସରେ ବିଜୟୀ ହେବାକୁ ଉଦ୍ୟମ କରିବ ଭାରତ।

Get real time updates directly on you device, subscribe now.