fbpx

ଭାରତରେ ଗଚ୍ଛିତ ବୈଦେଶିକ ମୁଦ୍ରାର ପରିମାଣ ୬୫ ହଜାର କୋଟି, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ : ସମ୍ପ୍ରତି କରୋନା କାଳରେ ବିଶ୍ୱ ଅର୍ଥନୈତିକ ସ୍ଥିତିରେ ଅନେକ ଉତଥାନ ପତନ ଲାଗି ରହିଛି । ଯୋଗାଣ ଶୃଙ୍ଖଳ, ପ୍ରଭାବିତ ହୋଇଥିବାବେଳେ ବାଣିଜି୍ୟକ କାରବାର ମଧ୍ୟ ବାଧାପ୍ରାପ୍ତ ହେଉଛି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ବୈଦେଶିକ ମୁଦ୍ରା ଭଣ୍ଡାର ବଢ଼ାଇବାରେ ଲାଗିଛି । ସମ୍ଭାବ୍ୟ ବିଶ୍ୱ ଆର୍ଥିକ ସଂକଟର ମୁକାବିଲା ପାଇଁ ପ୍ରସ୍ତୁତି ସ୍ୱରୂପ ଏହି ପଦକ୍ଷେପ ନିଆଯାଉଛି ।

ଏହା ଦ୍ୱାରା ୨୦୨୨ ମାର୍ଚ୍ଚ ସୁଦ୍ଧା ବୈଦେଶିକ ମୁଦ୍ରା ଭଣ୍ଡାର ୬୫,୫୦୦ କୋଟି ଡଲାର ଡେଇଁବାକୁ ଯାଉଛି । ଏକ ରିପୋର୍ଟରୁ ଏହା ଜାଣିବାକୁ ମିଳିଛି । ଆରବିଆଇର ସଦ୍ୟ ରିପୋର୍ଟ ମୁତାବକ ଅଗଷ୍ଟ ୧୩ରେ ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ୨୧୦ କୋଟି ଡଲାର ହ୍ରାସ ପାଇଛି । ତଥାପି ଏବେ ଏହା ୬୧,୯୩୬ କୋଟି ଡଲାର ସେପଟେ ରହିଛି ।

Get real time updates directly on you device, subscribe now.