fbpx

ମଣିପୁରରେ ପୁଣି ହିଂସା; ଜିରିବାମରେ ୫ ମୃତ, ୩ ବଙ୍କର ନଷ୍ଟକଲେ ଆତଙ୍କବାଦୀ

ନୂଆଦିଲ୍ଲୀ: ମଣିପୁରରେ ପୁଣି ହିଂସା କାଣ୍ଡ ଘଟିଛି । ଶନିବାର ସକାଳେ ଜିରିବାମ ଜିଲ୍ଲାରେ ହୋଇଥିବା ହିଂସାକାଣ୍ଡରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଘଟଣାର ବିବରଣୀ ଦେଇ ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ ଶୋଇଥିବା ସମୟରେ ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ପରବର୍ତ୍ତୀ ଗୁଳିବିନିମୟରେ ୪ ଜଣ ସଶସ୍ତ୍ର ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ।

ଜିଲ୍ଲା ସଦର ମହକୁମାଠାରୁ ପାଞ୍ଚ କିଲୋମିଟର ଦୂରଏକ ନିର୍ଜନ ସ୍ଥାନରେ ଏକାକୀ ରହୁଥିବା ବ୍ୟକ୍ତିଙ୍କ ଘରେ ଆତଙ୍କବାଦୀମାନେ ପଶି ତାଙ୍କୁ ଗୁଳି କରି ହତ୍ୟା କରିଥିଲେ । ଏହି ହତ୍ୟାକାଣ୍ଡ ପରେ ଜିଲ୍ଲା ସଦର ମହକୁମାଠାରୁ ପ୍ରାୟ ୭ କିଲୋମିଟର ଦୂର ପାହାଡ଼ରେ ସଂଘର୍ଷକରୁଥିବା ସଂପ୍ରଦାୟର ସଶସ୍ତ୍ର ବ୍ୟକ୍ତିଙ୍କ ମଧ୍ୟରେ ଭୟଙ୍କର ଗୁଳି ବିନିମୟ ହୋଇଥିଲା, ଯେଉଁଥିରେ ୩ ଜଣ ପାହାଡ଼ ଆତଙ୍କବାଦୀଙ୍କ ସମେତ ୪ ଜଣ ସଶସ୍ତ୍ର ବ୍ୟକ୍ତି ନିହତ ହୋଇଥିଲେ ।

ମଣିପୁରର ଚୁରାଚାନ୍ଦପୁର ଜିଲ୍ଲାରେ ସୁରକ୍ଷାବାହିନୀ ଆତଙ୍କବାଦୀଙ୍କ ୩ଟି ବଙ୍କରକୁ ଧ୍ୱଂସ କରିଛନ୍ତି । ବିଷ୍ଣୁପୁରରେ ଆତଙ୍କବାଦୀଙ୍କ ରକେଟ୍ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ସହ ଅନ୍ୟ ୬ ଜଣ ଆହତ ହେବା ପରେ ସୁରକ୍ଷା ବାହିନୀ ଏହି ଅଭିଯାନ ଆରମ୍ଭ କରିଥିଲା । ଶୁକ୍ରବାର ଚୁରାଚାନ୍ଦପୁର ଜିଲ୍ଲାର ମୁଆଲସାଙ୍ଗ ଓ ଲାଇକା ମୁଆଲସାଉ ଗ୍ରାମରେ ଏହି ଅଭିଯାନ କରାଯାଇଥିଲା ।

Get real time updates directly on you device, subscribe now.