ମା’-ଝିଅଙ୍କୁ ଖଣ୍ଡାରେ ହାଣିପକାଇଲେ ଦୁର୍ବୁତ୍ତ, ଘଟଣାସ୍ଥଳରେ ମା’ର ମୃତ୍ୟୁ

ବ୍ରହ୍ମପୁର: ବ୍ରହ୍ମପୁରରେ ଚାଞ୍ଚଲ୍ୟ; ମା’ ଓ ଝିଅଙ୍କୁ ଖଣ୍ଡାରେ ହାଣିଦେଲେ ଦୁର୍ବୁତ୍ତ। ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳରେ ଘଟିଯାଇଛି ଏଭଳି ହତ୍ୟାକାଣ୍ଡ। ଏହି ଆକ୍ରମଣ ପରେ ମା’ର ମୃତ୍ୟୁ ହୋଇଥିବାବେଳେ ଝିଅ ଗୁରୁତର।

ଗୁରୁତର ଅବସ୍ଥାରେ ଝିଅକୁ ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। କୌଣସି କାରଣକୁ ନେଇ ମା’ ଝିଅଙ୍କୁ ଆକ୍ରମଣ କରିଥିଲେ ଦୁର୍ବୁତ୍ତ। କାରଣ ସ୍ପଷ୍ଟ ହୋଇନଥିବାବେଳେ ଘଟଣାସ୍ଥଳରେ ମା’ର ମୃତ୍ୟୁ ଘଟିଛି।

ଘଟଣାସ୍ଥଳରେ ପହଞ୍ଚି ପୋଲିସର ତନାଘନା ଜାରି।