କୁମ୍ଭମେଳାରେ ସୁନ୍ଦରୀ ମାତାଜୀଙ୍କୁ ନେଇ ଚର୍ଚ୍ଚା, ଫଟୋ ହେଉଛି ଭାଇରାଲ… ଜାଣନ୍ତୁ ମାତାଜୀଙ୍କ ବିଷୟରେ ଅଧିକ କଥା

ନିଜେ ସୁନ୍ଦରୀ; ଅନ୍ୟକୁ ସୁନ୍ଦର କରିବା ପାଇଁ ସେ ମେକଅପ୍ ଆର୍ଟିଷ୍ଟ ଭାବେ କରୁଥିଲେ କାମ । ମିଳିଲାନି ଶାନ୍ତି, ହୋଇଗଲେ ମାତାଜୀ ।

ପ୍ରୟାଗରାଜ: ଦୀର୍ଘ ୧୨ ବର୍ଷର ଅପେକ୍ଷା ପରେ ଚଳିତ ବର୍ଷ ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ କୁମ୍ଭମେଳା । ଦେଶ ତଥା ବିଦେଶରୁ ବହୁ ସାଧୁ ସନ୍ଥ ଏହି ମେଳାର ଅଂଶ ପାଲଟିଛନ୍ତି ।

ମେଳାରେ ରାବିଡ଼ି ବାବାଙ୍କଠାରୁ ଆରମ୍ଭ କରି ବୁଲେଟ୍ ବାବା, ଅନୋଖା ବାବା ଏବଂ ଚାବିୱାଲେ ବାବାଙ୍କ ଭଳି ଅନେକ ନିଆରା ସାଧୁଙ୍କୁ ଦେଖିବାକୁ ମିଳିଛି ଏହି ମେଳାରେ ।

ସୋସିଆଲ ମିଡିଆରେ ମଧ୍ୟ ଏହି ବାବା ବେଶ୍ ଛାଇଯାଇଛନ୍ତି । ଏଭିତରେ ଜଣେ ସୁନ୍ଦରୀ ମାତାଜୀଙ୍କ ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଶିଖାଉଥିଲେ ଯୋଗ: ଯୁବତୀ ଜଣକ ଦେଖିବାକୁ କୌଣସି ସିନେ ଅଭିନେତ୍ରୀଙ୍କଠାରୁ କମ୍ ନୁହଁନ୍ତି । ଯାହାଙ୍କୁ ଦେଖି ପ୍ରତ୍ୟେକ କ୍ୟାମେରା ଅଟକି ଯାଉଛି ତାଙ୍କ ନିକଟରେ । ନିଜର ଏକ ଇଣ୍ଟରଭ୍ୟୁରେ ଯୁବତୀ ଜଣକ କହିଛନ୍ତି, ସେ ଚାକିରି କରିଥିଲେ, ଟଙ୍କା ମଧ୍ୟ ରୋଜଗାର କରୁଥିଲେ । ହେଲେ ସେଥିରେ ତାଙ୍କୁ ଶାନ୍ତି ମଳୁ ନ ଥିଲା । ଯାହାପାଇଁ ସେ ସବୁ କିଛି ଛାଡ଼ି ଏବେ ମାତାଜୀ ହୋଇଥିବା କହିଛନ୍ତି ।

ଏହି ସାଧ୍ୱୀଙ୍କ ନାମ ହର୍ଷା ରିଛାରିୟା । ହର୍ଷାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅନେକ ଫଲୋୟର୍ସ ଅଛନ୍ତି । ଯେଉଁଥିରେ ହର୍ଷା ବହୁତସାରା ଫଟୋ ଓ ଭିଡିଓ ଶେୟାର କରିଛନ୍ତି ଏଥିରେ ହର୍ଷା ଛୋଟ ଡ୍ରେସ୍ ପିନ୍ଧି ଫଟୋ ଓ ରିଲ୍ କରିଥିବା ଦେଖିବାକୁ ମିଳିଛି । ତାଙ୍କ ବୟସ ୩୦ । ସେ ପ୍ରଥମେ ମେକପ୍ ଆର୍ଟିଷ୍ଟ ଏବଂ ଯୋଗ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ । ୨୦୧୯ରୁ ସେ ସାଜିଛନ୍ତି ମାତା । ଦୁଇବର୍ଷ ଧରି କରୁଛନ୍ତି ଠାକୁରଙ୍କ ନାମ ଜପ ।