fbpx

Video: ଏଭରେଷ୍ଟ ପର୍ବତକୁ ଯିବାର ଇଚ୍ଛା ପୂରଣ କଲେ ବୃଦ୍ଧ ଦମ୍ପତି, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ: ଅନେକ ବୃଦ୍ଧ ବ୍ୟକ୍ତି ଅନୁଭବ କରନ୍ତି ଯେପରି ଦୁନିଆ ସେମାନଙ୍କ ବିନା ଆଗକୁ ବଢୁଛି । କାରଣ ବୟସ ବଢିବା ସିତ ସେମାନେ ପ୍ରାୟତ ବନ୍ଧୁ ଏବଂ ସମ୍ପର୍କୀୟଙ୍କ ସହିତ ସମ୍ପର୍କ ହରାନ୍ତି । କେତେକ ଲୋକ ଏପରିକି ନିଜ ଜୀବନକୁ ଉପଭୋଗ କରିବା ଅସମ୍ଭବ ମନେ କରନ୍ତି, ଯେପରିକି ନିଜ ରାଜ୍ୟ ବାହାରେ ଯାତ୍ରା କରିବା କିମ୍ବା ସମୁଦ୍ର କୁଳରେ ବସି ସୁନ୍ଦର ପ୍ରକୃତିର ମଜା ନେବା ଆଦି ।

ତଥାପି, ସେମାନଙ୍କର କିଛି ଇଚ୍ଛା ଅଛି ଯାହାକି ସେମାନେ ପୂରଣ କରିବାକୁ ଚାହୁଁଛନ୍ତି, ଯେପରି ଦୁନିଆର ଅନ୍ୟ ମଣିଷ ପରି । ବୃଦ୍ଧାବସ୍ଥାରେ ସେମାନଙ୍କର ଇଚ୍ଛା ପୂରଣ କରିବାର ଏକ ଉଦାହରଣରେ, ମହାରାଷ୍ଟ୍ରର ଏକ ଦମ୍ପତି ପୃଥିବୀର ସର୍ବୋଚ୍ଚ ପର୍ବତ ଶିଖର, ଏଭରେଷ୍ଟ ପର୍ବତ ଉପରୁ ଏବଂ ନିକଟରୁ ଦେଖିବା ପାଇଁ ଯାତ୍ରା କରିଥିଲେ ।

 

View this post on Instagram

 

A post shared by Andy Thapa (@andyinstagm)

ଇନଷ୍ଟାଗ୍ରାମରେ ଆଣ୍ଡି ଥାପାଙ୍କ ଦ୍ୱାରା ସେୟାର କରାଯାଇଥିବା ଏକ ଭିଡିଓରେ ଜଣେ ବୃଦ୍ଧ ଦମ୍ପତି ପର୍ବତ ଉପରେ ନଜର ଆସିଥିବାବେଳେ ସେମାନଙ୍କ ପଛରେ ଗୋଟିଏ ହେଲିକାପ୍ଟର ଛିଡା ହୋଇଛି । ବୃଦ୍ଧ ମହିଳା ତାଙ୍କ ସ୍ୱାମୀଙ୍କୁ ସାହାଯ୍ୟ କରନ୍ତି, ଯିଏକି ଏକ ବାଡ଼ି ଧରିଥିବାର ମଧ୍ୟ ଦେଖାଯାଏ । ଉଭୟ ଏଭରେଷ୍ଟକୁ ସ୍ନେହଭରା ଆଖିରେ ଦେଖନ୍ତି, ଏହା ଏକ ସ୍ୱପ୍ନ ସାକାର ହେବା ପରି ମନେହୁଏ । ଏହି ସର୍ଟ କ୍ଲିପ୍‌ରେ ତୁଷାରପାତ ପର୍ବତ ଦୃଶ୍ୟକୁ ଆସହୁରି ଚମତ୍କାର କରିଥିଲା ।

Get real time updates directly on you device, subscribe now.