fbpx

(Viral Video)ମାଛ ଧରିବାର ଏହି ଟ୍ରିକ୍ ଦେଖିଲେ ଆପଣଙ୍କର ବି ମୁଣ୍ଡ ଗୋଲ ହୋଇଯିବ!

Advertisement

ଓଡିଶା ଭାସ୍କର: ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଅଜବ ଗଜବ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଥାଏ। ସେ ଭିତରେ ଅଧିକାଂଶ ମଜାଳିଆ ଭିଡିଓ ଥାଏ, ଆଉ ଖାସ କରି କିଛି ନୂଆ ଜ୍ଞାନ କୌଶଳର ମଧ୍ୟ ଭିଡିଓ ଥାଏ । ତେବେ ଏହିପରି ଏକ ନୂଆ କୌଶଳର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ଯେଉଁଥିରେ ଜଣେ ଯୁବକ ନିଜର ଭିନ୍ନ କୌଶଳ ଜରିଆରେ ଅତି ସହଜରେ ମାଛ ଧରି ପାରୁଛି।

ଭିଡିଓରେ ଦେଖିବାକୁ ମିଳୁଛି ଯେ, ଜଣେ ପିଲାଟିଏ ମାଛ ଧରିବାର ଭିନ୍ନ ଏକ କୌଶଳ ବାଛିଛି। ପିଲାଟି ପ୍ରଥମେ ଏକ ସୂତା ସାହାଯ୍ୟରେ ଗୋଟିଏ ପ୍ଲାଷ୍ଟିକ୍‌ ବୋତଲ ମୁହଁରେ କିଛି ଖାଦ୍ୟବାନ୍ଧି ପୋଖରୀରେ ପକାଉଛି। ପରେ ବୋତଲ ହଲିବା ମାତ୍ରେ ସେ ବୋତଲକୁ ଉଠାଉଛି। ଏଥିରେ ଏକ ମାଛ ଖାଦ୍ୟ ଖାଇବାକୁ ଲାଗୁଛି ଯାହାକୁ ସିଏ କାଢ଼ି ହାଣ୍ଡିରେ ପୁରାଉଛି। ତେବେ ଏମିତି ଖୁବ୍‌ କମ୍‌ ସମୟରେ ପିଲାଟି ଅନେକ ମାଛ ଧରୁଛି। ଏହି ଭଡିଓଟି ଏକ୍ସରେ ତନ୍‌ଶୁ ଆକାଉଣ୍ଟରୁ ଶେୟାର କରାଯାଇଛି। ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଭିଡିଓର ପୋଷ୍ଟରେ ଅନେକ ଜଣ ୟୁଜର ପିଲାଟିର ଏହି ଭିନ୍ନ କୌଶଳକୁ ଖୁବ ପ୍ରଶଂସା କରିଛନ୍ତି। ଦେଖନ୍ତୁ, କିଛି ୟୁଜର୍ସ ପିଲାଟି ପାଇଁ କଣ ସବୁ କମେଣ୍ଟ ରଖିଛନ୍ତି:-

fish comment pic

Get real time updates directly on you device, subscribe now.