fbpx

ଫ୍ୟାନଙ୍କ ହାତରେ ନିଜ ଟାଟୁ ଦେଖି ଭାବୁକ ହେଲେ ନୋରା, ଭାଇରଲ ହେଉଛି ଭିଡିଓ

ମୁମ୍ବାଇ ୨୯ ।୪ (ଓଡ଼ିଶା ଭାସ୍କର) : ବଲିଉଡ ଅଭିନେତ୍ରୀ ନୋରା ଫତେହି ସୋସିଆଲ ମିଡିଆରେ ନିଜ ଡ୍ୟାନ୍ସ ଭିଡିଓ ଓ ଫଟୋ ଯୋଗୁଁ ଚର୍ଚ୍ଚାରେ ସବୁବେଳେ ରୁହନ୍ତି । ଏବେ ନୋରା ଫତେହିଙ୍କ ଏମିତି ଜଣେ ଫ୍ୟାନ୍ ସାମ୍ନାକୁ ଆସିଛନ୍ତି ଯାହାର ଦିୱାନଗୀ ଦେଖି ନୋରା ନିଜେ ଆଶ୍ଚର୍ୟ୍ୟ ହୋଇଯାଇଛନ୍ତି । ଗତକାଲି ସନ୍ଧ୍ୟାରେ ଯେତେବେଳେ ନୋରା ମୁମ୍ବାଇ ଏୟାରପୋର୍ଟରେ ପହଞ୍ଚିଥିଲେ । ସେଠାରେ ନୋରାଙ୍କର ଜଣେ ଫ୍ୟାନ୍ ନୋରାଙ୍କୁ ଦେଖା କରିବା ପାଇଁ ଔରାଙ୍ଗବାଦରୁ ମୁମ୍ବାଇ ଆସିଥିଲେ । ଫ୍ୟାନ୍ ଜଣଙ୍କ ନିଜ ହାତରେ ନୋରାଙ୍କ ଟାଟୁ କରିଛନ୍ତି । ଯେଉଁ ଭିଡିଓଟି ଏବେ ସୋସିୟାଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।

 

View this post on Instagram

 

A post shared by Viral Bhayani (@viralbhayani)

 

ଫଟୋଗ୍ରାଫର ବିରଳ ଭୟାନୀ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏଥିରେ କ୍ୟାମେରାମ୍ୟାନ୍ ନୋରାଙ୍କୁ ଏହି ଫ୍ୟାନଙ୍କ ସମ୍ପର୍କରେ ସୂଚନା ଦେଉଛନ୍ତି । ଫଟୋଗ୍ରାଫର ନୋରାଙ୍କୁ କହୁଛନ୍ତି ଯେ ଏହି ଫ୍ୟାନ୍ ଖାସ୍ ଔରଙ୍ଗାବାଦରୁ ତାଙ୍କୁ ଦେଖା କରିବା ପାଇଁ ମୁମ୍ବାଇ ଆସିଛନ୍ତି । ଏହା ପରେ ଫ୍ୟାନଙ୍କ ହାତରେ ନରୋ ନିଜର ଟାଟୁ ଦେଖି ଭାବୁକ ହୋଇଯାଉଛନ୍ତ । ତେବେ ଫ୍ୟାନଙ୍କ ସହିତ ମିଶି ନୋରା ଏକ କେକ୍ ମଧ୍ୟ କାଟୁଛନ୍ତି ।

Get real time updates directly on you device, subscribe now.