fbpx

ଖୁସିରେ ଯୁବକ ଉଡ଼ାଇଲେ ୫୦୦ ଟଙ୍କିଆ ନୋଟ୍: ଭାଇରାଲ ହେଲା ଭିଡିଓ…

ଅନେକ ସମୟରେ ସୋସିଆଲ ମିଡିଆରେ ବିଭିନ୍ନ ଅଜବ ଭିଡିଓ ଭାଇରାଲ ହୋଇଥାଏ । ଯାହାକୁ ଦେଖିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗିଥିଲା । ତେବେ ବର୍ତ୍ତମାନ ଏହିଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦେଖାଯାଇଛି ଯେ ଜଣେ ବ୍ୟକ୍ତିି ନୋଟ୍ ଉଡ଼ାଉଥିବାର ନଜର ଆସିଛନ୍ତି । କୁହାଯାଉଛି ଯେ କୌଣସି ବିବାହରେ ଅତିଥି ଏବଂ ବିବାହରେ ଖୁସି ମନାଇବା ପାଇଁ ଏଭଳି କରୁଛି ।

ଏହି ଭିଡିଓକୁ ଯେ କେହିବି ଦେଖୁଛନ୍ତି, ଭାବିବାକୁ ଲାଗୁଛନ୍ତି । ଏହାର କାରଣ ହେଉଛି ଯେ ଏହି ବ୍ୟକ୍ତି କୌଣସି ଛୋଟ ମୋଟ ରକମ ଉଡ଼ାଉନାହାଁନ୍ତି ବରଂ ୫୦୦ ଟଙ୍କିଆ ନୋଟ୍ ଉଡ଼ାଉଛନ୍ତିି । ଦେଖିଲେ ଲାଗୁଛି ଯେ ଏହି ବ୍ୟକ୍ତିଙ୍କ ପାଖରେ କେତେ ଟଙ୍କା ଅଛି, ଯେ ସେ ଅଚିନ୍ତାରେ ଏଭଳି ଟଙ୍କା ଉଡ଼ାଉଛନ୍ତି । ଦେଖନ୍ତୁ ଭିଡିଓ…

ତେବେ ଏହି ୩୦ ସେକେଣ୍ଡର ଭିଡିଓ ସମସ୍ତଙ୍କୁ ଚକିତ କରିଛି । ଚାରମୀନାରେ ନିକଟର ଏହି ଭିଡିଓକୁ ନେଇ ଏବେ ଚର୍ଚ୍ଚା । ଯେଉଁଠାରେ ଗୋଟିଏ ପଟେ ଏଭଳି ଲୋକ ରହିଛନ୍ତି ଯେଉଁମାନଙ୍କୁ ଖାଇବାକୁ ମିଳିବା କଷ୍ଟକର ହେଇପଡ଼ୁଛି ଅନ୍ୟପଟେ ଏଭଳି ଭାବରେ ଅଚିନ୍ତାରେ ଟଙ୍କା ଉଡ଼ାଇଦେଉଛନ୍ତି । ଏହାକୁ ନେଇ ଅନେକ ୟୁଜର ସେମାନଙ୍କ କମେଣ୍ଟ ମଧ୍ୟ ଦେଇଛନ୍ତି ।

Get real time updates directly on you device, subscribe now.