fbpx

ପ୍ରଖର ସ୍ରୋତରେ ଫସିରହିଥିଲା କୁୁକୁର, ନିଜ ଜୀବନକୁ ବାଜି ଲଗାଇ ବଞ୍ଚାଇଲେ ହୋମଗାର୍ଡ: ଦେଖନ୍ତୁ ଭାଇରାଲ ଭିଡିଓ…

ସୋସିଆଲ ମିଡିଆରେ ସବୁବେଳେ କିଛି କିଛି ଏମିତି ଭିଡିଓ ଭାଇରାଲ ହୋଇଥାଏ । ଯାହାକୁ ଦେଖି ଆପଣ ହୁଏତ ଆଶ୍ଚର୍ଯ୍ୟ ହୋଇଥାନ୍ତି କିମ୍ବା ଏହା ଆପଣଙ୍କୁ ଖୁବ୍ ପସନ୍ଦ ଆସିଥାଏ । ଏବେ ଏହିଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଜଣେ ବ୍ୟକ୍ତି ପାଣିରେ ଫସିଥିବା ଏକ କୁକୁରକୁ ଉଦ୍ଧାର କରୁଥିବାର ନଜର ଆସିଛନ୍ତି । ପ୍ରଖର ସ୍ରୋତ ମଧ୍ୟରେ ଫସିଥିବା କୁକୁରକୁ ବଞ୍ଚାଇବାକୁ ନେଇ ଏବେ ଏହି ବ୍ୟକ୍ତିଙ୍କର ଖୁବ୍ ପ୍ରଶଂସା କରାଯାଉଛି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ କୁକୁରଟି ପ୍ରଖର ସ୍ରୋତ ମଧ୍ୟରେ ଏକ ବୁଦା ନିକଟରେ ଫସିଯାଇଛି । ଆଉ କୁକୁରକୁ ପାଣିରେ ଫସିଥିବାର ଦେଖି ନିଜ ଜୀବନକୁ ଖାତିର ନକରି ଜଣେ ହୋମଗାର୍ଡ ପାଣିକୁ ଓହ୍ଲାଇଥିଲେ । ଏମିତିକି ଜେସିବି ସାହଯ୍ୟରେ ଚେଷ୍ଟା କରାଯାଇଥିଲା । ତେବେ ଅନେକ ପ୍ରଚେଷ୍ଟା ପରେ ଶେଷରେ କୁକୁରଟିକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ ହୋମଗାର୍ଡ ।

ଭିଡିଓଟି ପୁରୁଣା ହୋଇଥିଲେ ବି ଏବେ ଏହା ଭାଇରାଲ ହେବାର ଲାଗିଛି ଏବଂ ନିରୀହ ପ୍ରାଣୀକୁ ବଞ୍ଚାଇବାକୁ ହୋମଗାର୍ଡଙ୍କ ଉଦ୍ୟମକୁ ପ୍ରଶଂସା ମଧ୍ୟ କରୁଛନ୍ତି ସମସ୍ତେ । ଏହି ଭିଡିଓକୁ ଆଇପିଏସ ଅଧିକାରୀ ଦିପାଂଶୁ କାବରା ନିଜର ଟ୍ୱିଟରରେ ସେୟାର କରିଛନ୍ତି । ଭିଡିଓଟି ତେଲେଙ୍ଗାନାର ବୋଲି କୁହାଯାଉଛି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.