ଯୁବରାଜଙ୍କୁ ନେଇ ବିରାଟଙ୍କ ବଡ଼ ଖୁଲାସା, କହିଲେ-ମୋ ପାଇଁ ତାହା ଏକ ଝଟକା ଥିଲା

ବିରାଟ କୋହଲି ଯୁବରାଜଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି, ଜାଣନ୍ତୁ

ନୂଆଦିଲ୍ଲୀ: ବିରାଟ କୋହଲି କୋହଲି କହିଛନ୍ତି ଯେ, ଯେତେବେଳେ ସେ ଜାଣିବାକୁ ପାଇଲେ ଯୁବରାଜ ସିଂହଙ୍କୁ କର୍କଟ ରୋଗ ହୋଇଛି, ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଏହି ଖବର ତାଙ୍କ ପାଇଁ ଏକ ଝଟକାଠାରୁ କମ୍ ନଥିଲା। ଟେଷ୍ଟ କ୍ରିକେଟରୁ ସନ୍ୟାସ ନେଇଥିବା ବିରାଟ ଯୁବରାଜ ସିଂହଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ଖୁଲାସା କରିଛନ୍ତି।

ବିରାଟ କୋହଲିଙ୍କ ବଡ ଖୁଲାସା: ବିରାଟ କହିଛନ୍ତି ଯେ, ମୁଁ ପ୍ରଥମେ ଯୁବି ପାଙ୍କୁ ବାଙ୍ଗାଲୋରରେ ନର୍ଥ ଜୋନ୍ ଟୁର୍ଣ୍ଣାମେଣ୍ଟ ସମୟରେ ଦେଖିଥିଲି। ମୁଁ ଭାରତ ପାଇଁ ଖେଳିବା ଆରମ୍ଭ କରିବା ସମୟରେ ସେ ମୋର ଯତ୍ନ ନେଇଥିଲେ।

ତା’ପରେ 2011 ବିଶ୍ୱକପରେ ସେ ଯାହା କରିଥିଲେ ତାହା ବହୁତ ଖାସ ଥିଲା। ହେଲେ ଯେତେବେଳେ ଆମେ ତାଙ୍କ କର୍କଟ ରୋଗ ବିଷୟରେ ଜାଣିବାକୁ ପାଇଲୁ, ତାହା ଏକ ଆଶ୍ଚର୍ଯ୍ୟଜନକ ଥିଲା, କିନ୍ତୁ ସେ ଯେମିତି ପ୍ରତ୍ୟାବର୍ତ୍ତନ କରିଥିଲେ ତାହା ଜଣେ ପ୍ରକୃତ ଚାମ୍ପିଅନର ପରିଚୟ।

ଯୁବରାଜ ସିଂହ ଗତକାଲି ଇଂଲଣ୍ଡର ରାଜଧାନୀ ଲଣ୍ଡନରେ ଏକ ଡିନର ପାର୍ଟିର ଆୟୋଜନ କରିଥିଲେ। ଏହା ତାଙ୍କ ଏନଜିଓ ‘ୟୁୱିକ୍ୟାନ’ କର୍କଟ ପାଇଁ Fundraisers କାର୍ଯ୍ୟକ୍ରମ।

କ୍ରିକେଟ ଜଗତର ଅନେକ ବଡ଼ ବଡ଼ ଦିଗ୍ଗଜ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଲଣ୍ଡନରେ ବସତି ସ୍ଥାପନ କରିଥିବା ବିରାଟ କୋହଲି ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ।

ଯୁବରାଜଙ୍କ ସହ ପୁରୁଣା ବନ୍ଧୁତା ଏବଂ ୨୦୧୧ର ସ୍ମୃତି:
କୋହଲି ଯୁବରାଜଙ୍କ ସହ ତାଙ୍କର ପ୍ରାରମ୍ଭିକ ସମ୍ପର୍କ ଏବଂ ୨୦୧୧ ବିଶ୍ୱକପ୍ ସମୟକୁ ମଧ୍ୟ ମନେ ପକାଇଲେ। ସେ କହିଥିଲେ ଯେ, କିପରି ଯୁବରାଜ, ହରଭଜନ ସିଂହ ଏବଂ ଜାହିର ଖାନ ତାଙ୍କୁ ଭାରତୀୟ ଦଳରେ ଆରାମଦାୟକ ଅନୁଭବ କରାଇଥିଲେ।

ଟେଷ୍ଟ କ୍ୟାରିୟରରୁ ଅବସର ନେବା ବିଷୟରେ କହିବାକୁ ଗଲେ, ସେ ବହୁତ ମଜା କରିଥିଲେ। ଯେତେବେଳେ ହୋଷ୍ଟ ଗୌରବ କପୁର କହିଲେ ଯେ, ଆମେ ପଡ଼ିଆରେ ତୁମକୁ ମନେ ପକାଉଛୁ, ସେ ଉତ୍ତର ଦେଇଥିଲେ: ମୁଁ ଦୁଇ ଦିନ ପୂର୍ବରୁ ମୋ ଦାଢ଼ି ରଙ୍ଗ କରିଛି। ଯେତେବେଳେ ତୁମେ ପ୍ରତି ଚାରି ଦିନରେ ତୁମର ଦାଢ଼ି ରଙ୍ଗ କର, ସେତେବେଳେ ବିଶ୍ରାମ ନେବାର ସମୟ ଆସିଯାଏ। ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏବଂ ଅଧିନାୟକ ଶୁଭମନ ଗିଲଙ୍କ ନେତୃତ୍ୱରେ ଭାରତୀୟ ଟିମ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲା।