fbpx

King Kohliଙ୍କ ବ୍ୟାଟ ଗର୍ଜନରେ କମ୍ପିଲା ଷ୍ଟାଡିୟମ, ପାକିସ୍ତାନକୁ ୧୮୨ ରନର ଟାର୍ଗେଟ ଦେଲା ଟିମ୍ ଇଣ୍ଡିଆ

Advertisement

ନୂଆଦିଲ୍ଲୀ: ଏସିଆର କପର ସୁପର-୪ରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୧୮୨ ରନର ଟାର୍ଗେଟ ଦେଇଛି ଟିମ୍ ଇଣ୍ଡିଆ । ଆଜିର କିଙ୍ଗ ବିରାଟ କୋହଲି ଅର୍ଦ୍ଧଶତକୀୟ ଇନିଂସ ଖେଳି ପୁଣି ଫର୍ମକୁ ପ୍ରତ୍ୟାବର୍ତ୍ତନ କରିଥିବାର ପ୍ରମାଣ ଦେଇଛନ୍ତି । ଏହାପୂର୍ବରୁ ଗତ ମାସ ୨୮ ତାରିଖରେ ପାକିସ୍ତାନ ବିପକ୍ଷରେ ସେ ୩୫ ରନ ଓ ୩୧ ତାରିଖରେ ହଂକଂ ବିପକ୍ଷରେ ୫୯ ରନ୍ ସଂଗ୍ରହ କରିଥିଲେ । ବିରାଟଙ୍କ ଫର୍ମକୁ ଫେରିବା ଭାରତୀୟ ଟିମ୍ ଟିମ୍ ଏକ ଶୁଭ ସୂଚନା ।

ଆଜି ପାକିସ୍ତାନ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । କୋହଲି ୪୪ ବଲରୁ ୬୦ ରନ କରିଥିବା ବେଳେ ଅନ୍ୟ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ ୫୦ ରନ ଅତିକ୍ରମ କରିପାରି ନଥିଲେ । ଅନ୍ୟମାନଙ୍କ ମଧ୍ୟରେ କେଏଲ ରାହୁଲ ୨୮, ଅଧିନାୟକ ରୋହିତ ଶର୍ମା ୨୮ ରନ ସଂଗ୍ରହ କରିଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୮୧ ରନ୍ ସଂଗ୍ରହ କରିଥିଲା ।

ଅପରପକ୍ଷରେ ପାକିସ୍ତାନ ପକ୍ଷରୁ ଶଦବ ଖାନ ସର୍ବାଧିକ ଦୁଇଟି ୱିକେଟ ଅକ୍ତିଆର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନସୀମ ଶାହ, ମହମ୍ମଦ ହସନେନ, ହାରିସ ରୌଫ ଓ ନୱାଜ ପ୍ରତ୍ୟେକେ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଆଜିର ମ୍ୟାଚ ବହୁତ ସଂଘର୍ଷମୟ ହେବ । ଚଳିତ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ଭାରତ ନିକଟରୁ ଥରେ ପରାଜୟର ସ୍ୱାଦ ଚାଖି ସାରିଥିବାରୁ ଆଜି ନିଜର ସମ୍ମାନ ବଞ୍ଚାଇବାକୁ ଚେଷ୍ଟା କରିବ ।

Get real time updates directly on you device, subscribe now.