fbpx
BJD SKY
BJD SKY

ଭାଙ୍ଗିଯିବ ସଚିନଙ୍କ ୧୦୦-୧୦୦ ରେକର୍ଡ! ମାଡ଼ି ଆସୁଛନ୍ତି କୋହଲି, ଲକ୍ଷ୍ୟସ୍ଥଳ ଆଉ କେତେ ଦୂର

BJD

ନୂଆଦିଲ୍ଲୀ: ଆଜି ଭାରତ ଶ୍ରୀଲଙ୍କା ବିପକ୍ଷରେ ସିରିଜ ବିଜୟ ସହ ୩୧୭ ରନରେ ଜିତି ବିଶ୍ୱ ରେକର୍ଡ ସ୍ଥାପନ କରିଛି । ତେବେ ଏହି ଅବସରରେ କିଙ୍ଗ ବିରାଟ କୋହଲି ମଧ୍ୟ ନୂଆ କୀର୍ତ୍ତିମାନ ସ୍ଥାପନ କରିବାକୁ ଯାଉଛନ୍ତି । ଗତ ୩ ବର୍ଷ ଧରି ନିରବ ରହିଥିବା କୋହଲିଙ୍କ ବ୍ୟାଟ ବର୍ତ୍ତମାନ ଫୁଲ ଫର୍ମରେ ରହିଛି । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଦିନିକିଆରେ ମୋଟ ୪୯ଟି ଶତକ ହାସଲ କରିଥିବା ବେଳେ କୋହଲି ଏବେ ୪୬ତମ ଶତକ ହାସଲ କରିଛନ୍ତି ।

ସେହିପରି ସଚିନ ମୋଟ ୫୧ଟି ଟେଷ୍ଟ ଶତକ ହାସଲ କରିଥିବା ବେଳେ କୋହଲି ବର୍ତ୍ତମାନ ୨୭ଟି ହାସଲ କରିଛନ୍ତି । ଆଉ ମାତ୍ର ୪ଟି ଶତକ ହାସଲ କଲେ କୋହଲି ସଚିନଙ୍କ ଦିନିକିଆ ଶତକ ରେକର୍ଡ ଭାଙ୍ଗିପାରିବେ । ସେହିପରି ସେହିପରି ଆଉ ୨୫ଟି ଶତକ ମାରିଲେ ବିରାଟ ସଚିନଙ୍କ ଟେଷ୍ଟ ରେକର୍ଡ ଭାଙ୍ଗିପାରିବେ । ଆଗାମୀ ଦିନରେ ଭାରତ ବିଭିନ୍ନ ଦେଶ ସହିତ ଦିନିକିଆ ଓ ଟେଷ୍ଟ ସିରିଜ ଖେଳିବାକୁ ଅଛି । ତେଣୁ ଏହା କୋହଲିଙ୍କ ପାଇଁ ଏକ ରେକର୍ଡ ଅତିକ୍ରମ କରିବାର ବଡ଼ ସୁଯୋଗ ।

ଗତ ୨୦୧୯ରୁ ୨୦୨୨ ମଧ୍ୟରେ କୋହଲି ସମ୍ପୂର୍ଣ୍ଣ ଭାବେ ଫର୍ମ ଲେସ୍ ହୋଇ ରହିଥିଲେ । ଏପରିକି କୋହଲିଙ୍କ କ୍ୟାରିୟର ଅନ୍ତ ଘଟିଲା ବୋଲି ଅନେକ କ୍ରୀଡ଼ାବିତ ତଥା ଫ୍ୟାନ୍ସ ପୂର୍ବାନୁମାନ କରିଥିଲେ । ତେବେ ‘ଲିଜେଣ୍ଡ ନେଭର ଫର୍ମ ଲେସ’ ଏହି ଉକ୍ତିକୁ ଶତ ପ୍ରତିଶତ ପ୍ରମାଣ କରିବାରେ ସକ୍ଷମ ହୋଇଥିଲେ ବ୍ୟାଟିଂ କିଙ୍ଗ । କ୍ରୀଡ଼ା ଜଗତରେ ଉତ୍ଥାନ ଓ ପତ୍ତନ ଦିନରାତି ପରି ହୋଇଥାଏ । ମାତ୍ର ଆମେ ଏହାକୁ ଧୈର୍ଯ୍ୟର ସହ ମୁକାବିଲା କରିପାରିଲେ ରିଅଲ ଲାଇଫରେ ୱିନର ହୋଇପାରିବା ବୋଲି କୋହଲି ସଂଘର୍ଷ କରି ପ୍ରମାଣିତ କରିପାରିଥିଲେ ।

Get real time updates directly on you device, subscribe now.