fbpx

ବିରାଟଙ୍କ ଧୁଆଁଧାର ଫର୍ମ ଜାରି, ଶ୍ରୀଲଙ୍କା ବିପକ୍ଷରେ ପୁଣି ହାସଲ କଲେ ଶତକ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୁର୍ବତ୍ତନ ଅଧିନାୟକ ବିରାଟ କୋହଲିଙ୍କ ଧୁଆଁଧାର ଫର୍ମ ଜାରି ରହିଛି। ରବିବାର ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଉଥିବା ଦିନିକିଆ ସିରିଜର ଶେଷ ମ୍ୟାଚ୍‌ରେ ବିରାଟ କୋହଲି ଶତକ ହାସଲ କରିଛନ୍ତି। ଏହି ସିରିଜରେ ବିରାଟଙ୍କ ଏହା ଦ୍ୱିତୀୟ ଶତକ। ସେହିପରି ଦିନିକିଆ କ୍ୟାରୀୟୟରରେ ଏହା ତାଙ୍କର ୪୬ତମ ଶତକ। ବିରାଟ କୋହଲି ମାତ୍ର ୮୫ ବଲ୍‌ରେ ନିଜର ଶତକ ପୁରଣ କରିଥିଲେ। ଏଥିରେ ୧୦ ଚୌକା ଏବଂ ଗୋଟିଏ ଛକ୍କା ସାମିଲ ରହିଛି।

ଗତ ଏସିଆ କପ୍ ପରେ ବିରାଟ କୋହଲି ତାଙ୍କର ପୁରୁଣା ଫର୍ମକୁ ଫେରିଛନ୍ତି। ବାଂଲାଦେଶ ବିପକ୍ଷରେ ଶତକ ହାସଲ କରିବା ପରେ ଲଗାତାର ସେ ବଡ଼ ସ୍କୋର କରିବା ସହିିତ ଶତକ ତିନୋଟି ଶତକ ହାସଲ କରି ସାରିଲେଣି। ଏବେ ପୁଣି ବିରାଟ କୋହଲିଙ୍କ ଶତକ ସଂଖ୍ୟା ଲଗାତାର ବଢିବାରେ ଲାଗିଛି।

Get real time updates directly on you device, subscribe now.