fbpx
BSKY
BJD SHG SKY
BJD MC SKY

ଋଷର ଆର୍ଥିକ ବ୍ୟବସ୍ଥାକୁ ବଡ ଝଟକା, ଭିସା ଓ ମାଷ୍ଟର କାର୍ଡର ସେବା ବନ୍ଦ

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଲାଗିଥିବା ଯୁଦ୍ଧ ରବିବାରକୁ ୧୧ ଦିନରେ ପହଂଚିଛି । ୟୁକ୍ରେନ ଉପରେ ଋଷ କରୁଥିବା ଆକ୍ରମଣକୁ ରୋକିବାକୁ ଆମେରିକା ସମତେ ଅନେକ ବଡ ବଡ ଦେଶମାନେ ଆର୍ଥିକ ପ୍ରତିବନ୍ଧକ ଲଗାଇ ଋଷର ଅର୍ଥ ବ୍ୟବସ୍ଥାକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି । ଏହି କ୍ରମରେ ଏବେ ଭିସା ଓ ମାଷ୍ଟର କାର୍ଡ ତରଫରୁ ଋଷରେ ସେବା ବନ୍ଦ କରିବାକୁ ଘୋଷଣା କରାଯାଇଛି । ଭିସା ଓ ମାଷ୍ଟର କାର୍ଡର ଏଭଳି ଘୋଷଣା ପରେ ଋଷୀୟ ବ୍ୟାଙ୍କମାନେ ସେମାନଙ୍କ ଗ୍ରାହକଙ୍କୁ ଦେଇଥିବା ଏସବୁ କାର୍ଡ ଏବେ ଋଷ ନାଗରିକମାନେ ବାହାର ଦେଶରେ ବ୍ୟବହାର କରିାରିବେ ନାହିଁ । ଭିସାର ବୟାନ ମୁତାବକ ଏହି ପ୍ରତିବନ୍ଧକ ପରେ ଋଷୀୟ ବ୍ୟାଙ୍କମାନେ ସେମାନଙ୍କ ଗ୍ରାହକଙ୍କୁ ଦେଇଥିବା ଏହି ଭିସା କାର୍ଡ ଏବେ ସେମାନେ ଦେଶ ବାହାରେ ବ୍ୟବହାର କରିାରିବେ ନାହିଁ । ଏନେଇ ଭିସାର କାର୍ଯ୍ୟକାରୀ ଅଧିକାରୀ ଅଲ କେଲୀ କହିଛନ୍ତି କି ୟୁକ୍ରେନ ଉପରେ ବିନା କାରଣରୁ ଋଷ ଯେଭଳି ଆକ୍ରମଣ ଜାରି ରଖିଛି ସେଥିପାଇଁ ଋଷରେ ଭିସାର ସମସ୍ତ ସେବାକୁ ବନ୍ଦ କରିବାକୁ କମ୍ପାନୀ ବାଧ୍ୟ ହୋଇଛି । ସେହିଭଳି ମାଷ୍ଟରକାର୍ଡ ତରଫରୁ କୁହାଯାଇଛି କି ଋଷୀୟ ବ୍ୟାଙ୍କ ଦ୍ୱାରା ଜାରି କରାଯାଇଥିବା ମାଷ୍ଟର କାର୍ଡ ଏବେ ସେମାନଙ୍କ ନେଟୱର୍କ ଦ୍ୱାରା କାମ କରିବ ନାହିଁ । କେବଳ ସେତିକି ନୁହେଁ ଦେଶ ବାହାରେ ବି ଋଷୀୟ ବ୍ୟାଙ୍କମାନେ ଯେଉଁ ଭିସା କାର୍ଡ ଜାରି କରିଛନ୍ତି ତାହା ଋଷର କୌଣସି ଷ୍ଟୋର ବା ଏଟିଏମରେ କାମ କରିବ ନାହିଁ ।

Get real time updates directly on you device, subscribe now.