fbpx

ଗୃହରେ ଦିବ୍ୟଶଙ୍କରଙ୍କ ପ୍ରବେଶ ନେଇ ବିଷ୍ଣୁଙ୍କ କଟାକ୍ଷ; ମିଡିଆରେ କହିଲେ ଏପରି, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛିି । କିନ୍ତୁ ମମିତା ମେହେର ହତ୍ୟା ମାମଲାକୁ ନେଇ ବିଜେପି ଓ କଂଗ୍ରେସର ତାତି ଦେଖିବାକୁ ମିଳିଛି । ଗୋଟିଏ ପଟେ କଂଗ୍ରେସ ଆଜିର ଶୀତ ଅଧିବେଶନ ଆରମ୍ଭରୁ ବିଧାନସଭା ଗେଟ୍ ସାମ୍ନାରେ ଧାରଣା ଦେଇଥିବା ବେଳେ ଅନ୍ୟପଟେ ବାଚସ୍ପତିଙ୍କ ନିକଟରେ ଫେରାଦ ହୋଇଛି ବିଜେପି । ବାଚସ୍ପତି ସୂର୍ଯ୍ୟ ନାରାୟଣଙ୍କ ନିକଟରେ ପେଫରାଦ ହୋଇଛନ୍ତି ବିଜେପି ସଦସ୍ୟ । ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଗୃହରେ ପୂରାଇ ନଦେବାକୁ ସେମାନେ ଫେରାଦ ହୋଇଛନ୍ତି ।

ଫେରାଦ ପରେ ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ କଟାକ୍ଷ କରି ମିଡିକୁ କହିଛନ୍ତି ଯେ, ‘ଆମେ ବାଚସ୍ପତିଙ୍କ ନିକଟକୁ ଅନୁରୋଧ କରିବାକୁ ଯାଇଥିଲୁ ଯେ ଯେଉଁ ମନ୍ତ୍ରୀ ଆଜି ସାରା ଓଡ଼ିଶାରେ ସମ୍ପୂର୍ଣ୍ଣ ବିବାଦୀୟ ହୋଇଛନ୍ତି ଓ ଯେଉଁଠାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି, ସେଭଳି ମନ୍ତ୍ରୀଙ୍କୁ ଗୃହକୁ ଅଣାନଯାଉ । ଏନେଇ ବାଚସ୍ପତିଙ୍କ ପକ୍ଷରୁ ଏକ ଆଦେଶନାମା ଜାରି ହେବା ଆବଶ୍ୟକ । ଏହି କ୍ରମରେ ଆମେ ବାଚସ୍ପତିଙ୍କୁ ଭେଟି କଥା ହେଇଛୁ । ଯେପର୍ଯ୍ୟନ୍ତ ମନ୍ତ୍ରୀ ଦିବ୍ୟଶଙ୍କର ଦୋଷୀ ଭାବେ ମୁକ୍ତ ହୋଇନାହାନ୍ତି, ଯେପର୍ଯ୍ୟନ୍ତ ତାଙ୍କୁ ଗୃହକୁ ଆସିବାକୁ ମନା କରାଯାଉ ବୋଲି ଜଣାଇଛୁ । ଏହି ପ୍ରସଙ୍ଗରେ ଆଇନଗତ ତର୍ଜମା ପରେ ପଦକ୍ଷେପ ନିଆଯିବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ କହିଛନ୍ତି ।’

ସେହିପରି ମମିତା ମେହେର ହତ୍ୟା ମାମଲାକୁ ନେଇ କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଥିଲା । ମମିତାଙ୍କୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରି ଏହି ଧାରଣା ଦିଆଯାଇଥିଲା । ହାତରେ ପ୍ଲାକାର୍ଡ ଧରି ଦିବ୍ୟଶଙ୍କରଙ୍କୁ ବହିଷ୍କାର ଓ ଗିରଫ ଦାବି ହୋଇଥିଲା । କଂଗ୍ରେସ ପକ୍ଷରୁ କୁହାଯାଇଥିଲା ଯେ, ‘ପବିତ୍ର ଗୃହକୁ ମନ୍ତ୍ରୀ ଆସିଲେ ଗୃହ ଅପବିତ୍ର ହେବ ।’ ମନ୍ତ୍ରୀଙ୍କୁ ଗୃହରେ ପୂରାଇ ନଦେବାକୁ ଏପରି କହିଥିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ।

Get real time updates directly on you device, subscribe now.