୧୦୦ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଲେ ଭିସୁଟ୍‌ କର୍ତ୍ତୃପକ୍ଷ

ଛାତ୍ରଛାତ୍ରୀଙ୍କ ଉପରେ ଭିନ୍ନଭିନ୍ନ କାର୍ଯ୍ୟାନୁଷ୍ଠାନ ନେଲା ଭିସୁଟ ।

ଭୁବନେଶ୍ବର: ଛାତ୍ରଙ୍କୁ ଭିସୁଟର ଛାଟ । ୧୦୦ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଲେ ଭିସୁଟ୍‌ କର୍ତ୍ତୃପକ୍ଷ । କ୍ଲାସରେ କମ୍‌ ଉପସ୍ଥିତି ସହ ବିଭିନ୍ନ କାରଣକୁ ନେଇ କାର୍ଯ୍ୟାନୁଷ୍ଠାନ ।

ବିଭିନ୍ନ ଖେଳ ପ୍ରତିଯୋଗିତାରେ ଭାଗ ନେବା ଉପରେ କଟକଣା ଜାରି କରାଯାଇଛି ।

ମେଡାଲ, ଏକାଡେମୀ ପୁରସ୍କାରରୁ ବାଦ୍‌ ସହ ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଭିନ୍ନଭିନ୍ନ ଛାତ୍ରଛାତ୍ରୀଙ୍କ ଉପରେ ଭିନ୍ନଭିନ୍ନ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣାପଡିଛି ।

ସୂଚନା ଅନୁସାରେ,  ଏପ୍ରିଲ ୧୦ ତାରିଖରେ ୭ ଜଣ ସାଙ୍ଗ ଏକାଠି ହୋଇ ହୀରାକୁଦ ଜଳଭଣ୍ଡାରର ଫିସରି ଅଞ୍ଚଳକୁ ଯାଇଥିଲେ । ସେଠାରେ ପିକନିକ ଭୋଜି କରିଥିଲେ ।

ପିକନିକରେ ଗାଧୋଇବା ସମୟରେ ଇଲେକ୍ଟ୍ରିକାଲ ଇଂଜିନିୟରିଂ ବିଭାଗର ଶେଷ ବର୍ଷର ଛାତ୍ରୀ ଶାଶ୍ୱତୀ ଭୋଇ ପାଣିରେ ବୁଡି ଯାଇଥିଲେ । ସାଙ୍ଗମାନେ ଉଦ୍ଧାର କରି ବୁର୍ଲା ମେଡିକାଲରେ ଭର୍ତ୍ତି କରିଥିଲେ ।

ହେଲେ ଜୀବନ ବଞ୍ଚାଇପାରି ନଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାର ତଦନ୍ତ କରି ୧୦୦ ଜଣ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଭିସୁଟ୍‌ କର୍ତ୍ତୃପକ୍ଷ ।