fbpx

ଆମ୍‌ୱେ ଆଣିଲା ନ୍ୟୁଟ୍ରିଲାଇଟ୍‌ ଭିଟାମିନ୍‌ ସି ଚେରି ପ୍ଲସ୍‌, ୮ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଶରୀରକୁ ଯୋଗାଇବ ଭିଟାମିନ୍- Cର ପୋଷକ ତତ୍ତ୍ୱ

ଭୁବନେଶ୍ୱର (ଓଡ଼ିଶା ଭାସ୍କର) : ଦେଶର ଅନ୍ୟତମ ଅଗ୍ରଣୀ ଏଫ୍‌ଏ୍‌ମସିଜି ପ୍ରତ୍ୟକ୍ଷ ବିକ୍ରୟକାରୀ କମ୍ପାନୀ ଆମୱେ ଇଣ୍ଡିଆ ଦୁର୍ବଳ ରୋଗ ପ୍ରତିରୋଧ ଶକ୍ତି ଥିବା ବ୍ୟକ୍ତିମାନଙ୍କ ନିମନ୍ତେ ନ୍ୟୁଟ୍ରିଲାଇଟ ଭିଟାମିନ ସି ଚେରି ପ୍ଲସ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରିଛି । ନ୍ୟୁଟ୍ରାଲାଇଟ ଭିଟାମିନ ସି ଚେରି ପ୍ଲସ୍‌ ୮ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଶରୀରକୁ ଲଗାତର ଭିଟାମିନ ସି ଯୋଗାଇ ଦେଉଛି ।

ବିଶ୍ୱସ୍ତରରେ ଦେଖାଦେଇଥିବା ସ୍ୱାସ୍ଥ୍ୟ ସଙ୍କଟର ପରିଣତି ସ୍ୱରୂପ ସ୍ୱାସ୍ଥ୍ୟ ଓ ପୁଷ୍ଟିସାଧନ ପରିପୂରକର ଚାହିଦାରେ ବୃଦ୍ଧି ଘଟାଇଛି ଏବଂ ଭିଟାମିନ ସି ସେଥିମଧ୍ୟରେ ଅନ୍ୟତମ, ଯେହେତୁ ଏହା ନିଜର ରୋଗ ପ୍ରତିରୋଧ କ୍ଷମତାକୁ ସମର୍ଥନକାରୀ ତତ୍ତ୍ୱ ପାଇଁ ପରିଚିତ । ୨୦୨୦ରେ ବୟସ୍କଙ୍କ ଭିଟାମିନ ସି ବଜାର ପ୍ରାୟ ୧୮୫ କୋଟି ଟଙ୍କା ଥିଲା ଏବଂ ଏହା ଏବେ ବାର୍ଷିକ ୧୫% ସିଏଜିଆର୍‌ରେ ଅଭିବୃଦ୍ଧି ଘଟୁଛି । ଏହି ଅଭିବୃଦ୍ଧି ଧାରାକୁ ଲକ୍ଷ୍ୟକରି ଏବଂ ପୁଷ୍ଟିସାଧନ ଓ ରୋଗ ପ୍ରତିରୋଧ ଶ୍ରେଣୀ ଅଧୀନରେ, ସ୍ୱତନ୍ତ୍ର ଆବଶ୍ୟକତା ରହିଥିବା ଲୋକସଂଖ୍ୟାକୁ ଲକ୍ଷ୍ୟରେ ରଖି, ନ୍ୟୁଟ୍ରିଲାଇଟ ଭିଟାମିନ ସି ଚେରି ପ୍ଲସ୍‌ ବଜାର ପ୍ରବେଶ ଜରିଆରେ ଆମ ଉତ୍ପାଦ ବର୍ଗକୁ ସଂପ୍ରସାରିତ କରି ୨୦୨୫ ସୁଦ୍ଧା ୧୦୦ କୋଟି ଟଙ୍କାରୁ ଅଧିକ ରାଜସ୍ୱ ଆୟ କରିବା ଲକ୍ଷ୍ୟ ରଖିଛୁ । ଆମୱେ ତାହାର ନ୍ୟୁଟ୍ରିଲାଇଟ ଖାଦ୍ୟ ପରିପୂରକ ଉତ୍ପାଦଗୁଡିକ ନିମନ୍ତେ ଉପାଦାନ ପ୍ରମାଣିକୃତ ଜୈବିକ ସଂସ୍ଥାରୁ ସଂଗ୍ରହ କରିଥାଏ । ନ୍ୟୁଟ୍ରିଲାଇଟ ଦେଶର ବିଭିନ୍ନ ଭାଗରେ ପ୍ରମାଣିକୃତ ସହଭାଗୀ ଜୈବିକ ଫାର୍ମଗୁଡିକରେ ଉଦ୍ଭିଦ ଚାଷ, ଅମଳ ଏ ପ୍ରକ୍ରିୟାକରଣକୁ ସୁନିଶ୍ଚିତ କରିଥାଏ ।

Get real time updates directly on you device, subscribe now.