fbpx

ଭିଭୋ ଭାରତରେ ଲଞ୍ଚ କରିବାକୁ ଯାଉଛି ଏହାର ପ୍ରଥମ ଫୋଲ୍ଡିଂ ଫୋନ୍‌, ଜାଣନ୍ତୁ କ’ଣ ରହିଛି ସ୍ପେସାଲ ଫିଚର

Advertisement

ନୂଆଦିଲ୍ଲୀ: Vivo ଭାରତ ବଜାରରେ ଏହାର ପ୍ରଥମ ଫୋଲ୍ଡିଂ ଫୋନ୍ ଲଞ୍ଚ କରିବାକୁ ଯାଉଛି । କମ୍ପାନୀ କିଛି ସମୟ ପୂର୍ବରୁ କନଫର୍ମ କରିଛି କି ଭାରତରେ ଏହା ନିଜର ଫୋଲ୍ଡିଂ ଫୋନ୍ Vivo X Fold3 Pro  ଲଞ୍ଚ କରିବ । ଏହା ପୂର୍ବରୁ କମ୍ପାନୀ ଦୁଇ ଅନ୍ୟ ଫୋଲ୍ଡିଂ ଫୋନ୍ ଲଞ୍ଚ କରିଛି କିନ୍ତୁ ଏହା ଭାରତ ଆସିନାହିଁ ।

ଏବେ କମ୍ପାନୀ ଏହାର ଅପକମିଂ ଫୋଲ୍ଡିଂ ଫୋନ୍‌ର ଭାରତରେ ଲଞ୍ଚ ଡେଟ୍ ଘୋଷଣା କରିଦେଇଛି । ଏହା ଆଗାମୀ ମାସରେ ଲଞ୍ଚ ହେବ । ଏହାର ସିଧା ମୁକାବିଲା Samsung Galaxy Z Fold 5  ଓ OnePlus Open ସହ ହେବ । Vivo  କହିଛି ଜୁନ୍ ୬ ତାରିଖରେ ଏହାର ନୂଆ ସ୍ମାର୍ଟଫୋନ୍  Vivo X Fold3 Pro ଭାରତରେ ଲଞ୍ଚ ହେବ । କମ୍ପାନୀ ଏହାର ଲାଇଟ୍‌ୱେଟ୍‌, ପତଳା ଡିଜାଇନ୍‌, ଦୀର୍ଘ ସମୟ ଚାଲୁଥିବା ହିଞ୍ଜ ଓ ଅନ୍ୟାନ୍ୟ ଫିଚର ବିଷୟରେ ହାଇଲାଇଟ୍ କରିସାରିଛି ।

ଏହି ସ୍ମାର୍ଟଫୋନ୍‌କୁ କମ୍ପାନୀ ମାର୍ଚ୍ଚରେ ଚୀନ୍‌ରେ ଲଞ୍ଚ କରିଥିଲା । ଏବେ କମ୍ପାନୀ ଏହାକୁ ଭାରତୀୟ ବଜାରକୁ ନେଇ ଆସୁଛି । ଏଥିରେ ଆପଣଙ୍କୁ ଦମ୍‌ଦାର ଡିସପ୍ଲେ, କାର୍ବନ ଫାଇବର ହିଞ୍ଜ ଓ ଅନ୍ୟାନ୍ୟ ଫିଚର ମିଳିବ । ଏହି ଫୋନ୍‌ରେ 5700mAh ର ବ୍ୟାଟେରୀ ରହିଛି । ଏହା ବ୍ୟତିତ ଫୋନ୍‌ରେ ରିଭର୍ସ ୱାୟାରଲେସ୍ ଚାର୍ଜିଂ ସୁବିଧା ବି ମିଳିଥାଏ । ଏହା ଡୁଆଲ ସ୍କ୍ରିନ୍ ଫିଙ୍ଗରପ୍ରିଣ୍ଟ ସେନସର ସହ ଆସିଥାଏ ।

Get real time updates directly on you device, subscribe now.