‘ମୋ ଭାଇକୁ କରୋନା’ ବେଡ୍ ପାଇଁ ଟ୍ୱିଟ୍ କରି ସାହାଯ୍ୟ ମାଗିଲେ କେନ୍ଦ୍ରମନ୍ତ୍ରୀ ଭିକେ ସିଂ

ନୂଆଦିଲ୍ଲୀ ୧୮ ।୪ (ଓଡିଶା ଭାସ୍କର) : ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ରୋଗୀଙ୍କ ପାଇଁ ହସ୍ପିଟାଲରେ ବେଡର ଅଭାବ ଦେଖା ଦେଲାଣି । ଏଭଳି ସ୍ଥିତିରେ କେନ୍ଦ୍ରମନ୍ତ୍ରୀ ଭିକେ ସିଂ ଟ୍ୱିଟରେ ଗାଜିଆବାଦର ଜିଲ୍ଲାପାଳଙ୍କୁ ଟ୍ୟାଗ୍ କରି ସାହାଯ୍ୟ କରିବା ପାଇଁ କହିଛନ୍ତି । ଟ୍ୱିଟରେ ସେ ଲେଖଛନ୍ତି ଯେ, ‘ଦୟାକରି ଆମର ସାହାର୍ଯ୍ୟ କରନ୍ତୁ । ମୋ ଭାଇଙ୍କର କରୋନା ଚିକିତ୍ସା ପାଇଁ ବେଡ୍ ଦରକାର । ଏବେ ଗାଜିଆବାଦରେ ବେଡ୍ ନାହିଁ ।’

 

ହେଲେ ଏହି ଟ୍ୱିଟ୍ ତାଙ୍କ ଭାଇ ପାଇଁ ନଥିଲା । ସୂଚନା ଅନୁସାରେ ଆଉ ଜଣେ କରୋନା ପୀଡିତ ବ୍ୟକ୍ତିଙ୍କ ଲାଗି ଭିକେ ସିଂ ଏଭଳି ଟ୍ୱିଟ୍ କରିଥିଲେ । ଜିଲ୍ଲା ପ୍ରଶାସନ କରୋନା ପୀଡିତଙ୍କ ପାଖରେ ପହଞ୍ଚି ସାହାର୍ଯ୍ୟ କରିବା ପାଇଁ ସେ ଏହି ଟ୍ୱିଟ୍ କରିଥିଲେ । ପରେ ସେ ଏକ ଟ୍ୱିଟ କରି ଏହାକୁ ସ୍ପଷ୍ଟ କରିଛନ୍ତି କି ‘ସେ ମୋର ନିଜ ଭାଇ ନୁହଁନ୍ତି,କିନ୍ତୁ ଏଠି ମାନବିକତା ସମ୍ପର୍କ ଦରକାର । ମୋତେ ଲାଗୁ ନାହିଁ ଏଭଳି ଉପାୟକୁ ଲୋକେ ନାପସନ୍ଦ କରୁଥିବେ ।’ ଭିକେ ସିଂ ଗାଜିଆବାଦର ସାଂସଦ ସହିତ କେନ୍ଦ୍ର ସରକାରଙ୍କ ରାଜ୍ୟ ସଡକ ପରିବହନ ଓ ହାଇୱ ମନ୍ତ୍ରୀ ଅଛନ୍ତି । ଆପଣ ମନ୍ତ୍ରୀ ହୋଇ ଯଦି ଗୁହାରୀ କରୁଛନ୍ତି ତେବେ ସାଧାରଣ ଜନତାଙ୍କର ଅବସ୍ଥା କ’ଣ ହେବ ବୋଲି ୟୁଜର୍ସ ତାଙ୍କୁ ପଚାରିଛନ୍ତି ।