fbpx

ୟୁକ୍ରେନ ବିରୋଧରେ ଲଢିବ ଏହି ୭ ଫୁଟ୍ ଉଚ୍ଚର ଓ୍ଵାର୍ଲ୍ଡ ବକ୍ସିଂ ଚାମ୍ପିଅନ, ପୁଟିନ୍ ସେନାରେ ହେଲେ ଭର୍ତ୍ତି

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ଯୁଦ୍ଧରୁ ବାଦ୍ ପଡିନି କ୍ରୀଡା ଜଗତ। ଦୁଇ ଦେଶର ଖେଳାଳି ପରସ୍ପରର ବହିଷ୍କାର କରିଛନ୍ତି। ସାରା ଦୁନିଆ ବି ଯୁଦ୍ଧର ନିନ୍ଦା କରି ଆସିଛନ୍ତି। ବହୁତ କମ ଆଥଲେଟ୍ ଥିବେ ଯିଏ ଏହି ଯୁଦ୍ଧର ସମର୍ଥନ କରିଥିବେ। ଏହି କ୍ରମରେ ଯୁଦ୍ଧରେ ବର୍ତ୍ତମାନ ଦୁଇ ଥର ଓ୍ଵାର୍ଲ୍ଡ ହେଭିଓ୍ଵେଟ୍ ବକ୍ସିଂ ଚାମ୍ପିଅନ ନିକୋଲାଇ ଭେଲ୍ୟୁଭଙ୍କ ନାମ ଯୋଡି ହୋଇ ଯାଇଛି। ୭ ଫୁଟ୍ ଉଚ୍ଚ ଏବଂ ୧୫୦ରୁ ଅଧିକ କେଜି ଓଜନର ନିକୋଲାଇଙ୍କୁ ୟୁକ୍ରେନ ବିପକ୍ଷ ଯୁଦ୍ଧରେ ନିଜ ସେନାରେ ସାମିଲ୍ ହେବାକୁ ଆମନ୍ତ୍ରିତ କରିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍।

ରାଷ୍ଟ୍ରପତିଙ୍କ ଏହି ଆମନ୍ତ୍ରଣକୁ ସ୍ଵୀକାର କରିଛନ୍ତି ବକ୍ସର। ଯୁଦ୍ଧ ଆରମ୍ଭରୁ ହିଁ ପୁଟିନ୍ ଙ୍କୁ ସମର୍ଥନ କରି ଆସିଛନ୍ତି ବକ୍ସର। ୪୯ ବର୍ଷୀୟ ନିକୋଲାଇ ଏବେ ରୁଷ ସେନାରେ ଭର୍ତ୍ତି ହୋଇ ୟୁକ୍ରେନ ବିପକ୍ଷରେ ଲଢିବାକୁ ଯାଉଛନ୍ତି। ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ସଂପ୍ରତି ବିପଦଜ୍ଜନକ ସ୍ଥିତିରେ ପହଞ୍ଚି ଯାଇଛି।

ୟୁକ୍ରେନର ଚାରି ଅଞ୍ଚଳକୁ ଅକ୍ତିକାର କରିଥିବା ଶୁକ୍ରବାର ରାଷ୍ଟ୍ରପତି ପୁଟିନ୍ ଘୋଷଣା କରିଛନ୍ତି। ଏହି ଅଞ୍ଚଳର ରୁଷର ବୋଲି ଆନୁଷ୍ଠାନିକ ଘୋଷଣା ମଧ୍ୟ କରିଛନ୍ତି। କ୍ରେମଲିନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପୁଟିନ୍ ଡୋନେଟସ୍କ, ଲୁହାନସ୍କ, ଜାପୋରିଜିଆ ଏବଂ ଖେରସନକୁ ନିଜ ଦେଶରେ ସାମିଲ୍ କରିବା ନେଇ ଆନୁଷ୍ଠାନିକ ଦସ୍ତାବିଜରେ ଦସ୍ତଖତ କରିଛନ୍ତି।

ସୂଚନାଯୋଗ୍ୟକ ବକ୍ସର ନିକୋଲାଇ ଦୁନିଆର ସବୁଠୁ ଡେଙ୍ଗା ବକ୍ସରର ଟାଇଟଲ୍ ଜିତିଛନ୍ତି। ଏହି ହେଭିଓ୍ଵେଟ୍ ଚାମ୍ପିଅନ ବକ୍ସର ଆହତ କାରଣରୁ ୨୦୦୯ରେ ଅବସର ନେଇଥିଲେ। ଏହା ପରଠୁ ପୁଟିନ୍ ଙ୍କ ପାର୍ଟିରେ ଯୋଗ ଦେଇ ରାଜନୀତିରେ ସକ୍ରିୟ ଥିଲେ। ନିକୋଲାଇ ବକ୍ସିଂ ଏବଂ ରାଜନୀତି ବ୍ୟତୀତ ଫିଲ୍ମ ଜଗତରେ ମଧ୍ୟ କାମ କରିଛନ୍ତି।

Get real time updates directly on you device, subscribe now.