fbpx

ଚର୍ଚ୍ଚାରେ ପିଙ୍କ୍ ବୁଥ୍: ଉମରକୋଟରେ ସୁରୁଖୁରୁରେ ସରିଲା ମତଦାନ

ରାଇଘର: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଓ ରାଇଘର ବ୍ଲକରେ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ଶାନ୍ତି ପୁର୍ଣ୍ଣ ଭାବେ ସମ୍ପୂର୍ଣ୍ଣ ହୋଇଥିବା ଜଣାପଡିଛି । ଆଜି ଚଳିତ ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟ ନିର୍ବାଚନ ଥିବା ବେଳେ ଭୋଟର ମାନେ ସକାଳୁ ଆସି ଲମ୍ବା ଲାଇନରେ ଠିଆ ହୋଇ ନିଜ ନିଜର ମତଦାନ ସାବ୍ୟସ୍ତ କରିବା ଦେଖିବାକୁ ମିଳିଥିଲା । ରାଇଘର ବ୍ଲକ ରେ 292ଟି ୱାର୍ଡରେ ଭୋଟ ହୋଇଥିବା ବେଳେ ଉମରକୋଟ ବ୍ଲକ ରେ 296ଟି ୱାର୍ଡ ରେ ଭୋଟ ହୋଇଥଲା ।

ଶୃଙ୍ଖଳିତ ଭାବରେ ମତଦାନ ପାଇଁ ପ୍ରଶାସନ ତରଫରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇ ଥିଲା । ରାଇଘର ବ୍ଲକରେ 4ଟି ଜିଲ୍ଲାପରିଷଦ 26 ଗୋଟି ସରପଞ୍ଚ ଓ 26ଗୋଟି ସମିତି ମେମ୍ବର ପାଇଁ ଭୋଟ ହୋଇଥିବା ବେଳେ ଉମରକୋଟ ବ୍ଲକ ରେ 3ଟି ଜିଲ୍ଲା ପରିଷଦ 26 ଗୋଟି ସରପଞ୍ଚ ଓ 26ଗୋଟି ସମିତି ମେମ୍ବର ପାଇଁ ଭୋଟ ହୋଇଥଲା। ଏହି ପଂଚାୟତ ନିର୍ବାଚନରେ ମହିଳା କର୍ମଚାରୀ ମାନଙ୍କୁ ନେଇ ରାଇଘର ସଦମହକୁମା ସ୍ଥିତ ପୂର୍ବ ବୋର୍ଡ଼ ସ୍କୁଲ ଠାରେ ପିଙ୍କ୍ ବୁଥ ହୋଇଥିବା ବେଳେ ଉମରକୋଟ ବ୍ଲକ ଠାରେ ମଧ୍ୟ ପିଙ୍କ୍ ବୁଥ ହୋଇଥିବା ଦେଖିବାକୁ ମିଳିଥିଲା।

ଖବର ସଂଗ୍ରହ ସୁଦ୍ଧା ରାଇଘର ବ୍ଲକରେ 76% ଭୋଟ ହୋଇଥିବା ବେଳେ ବର୍ତ୍ତମାନ୍ ସୁଦ୍ଧା ରାଇଘର ବ୍ଲକର ଗଞ୍ଜାପାରା ପଂଚାୟତ ଓ କଚରା ପାରା ପଞ୍ଚାୟତ ରେ ମତଦାନ ଚାଲିଥିବା ସୂଚନା ମିଳିଛି । ସେହିପରି ଉମରକୋଟ ବ୍ଲକରେ ମତଦାନ ସରିଯାଇଥିବା ବେଳେ ସେଠାରେ ପାଖାପାଖି 75% ମତଦାନ ହୋଇଥିବା ଜଣାପଡିଛି । ରାଇଘର ବ୍ଲକ ଏକ ମାଓ ପ୍ରବଣ ଅଞ୍ଚଳ ହୋଇଥିବା ବେଳେ66ଟି ସମବେଦ ଶିଳ ବୁଥ ରେ ଏବଂ ଉମରକୋଟ ବ୍ଲକ ର 39 ସମ୍ବେଦଳ ଶିଳ ବୁଥ ରେ ମଧ୍ୟ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇ ନଥିବା ଜଣାଯାଇଛି। ପ୍ରଶାସନ ତରଫରୁ ସମସ୍ତ ପ୍ରକାର ବ୍ୟାପକ ପଦକ୍ଷେପ ନେବା ଦେଖିବାକୁ ମିଳିଥିଲା।

Get real time updates directly on you device, subscribe now.