fbpx

PM Kisan Yojna; ଆଉ ୩ ଦିନର ଅପେକ୍ଷା… କୃଷକଙ୍କ ଆକାଉଣ୍ଟକୁ ଆସିବ ୨ ହଜାର ଟଙ୍କା: ମିଳିବ ୧୭ତମ କିସ୍ତି

Advertisement

ନୂଆଦିଲ୍ଲୀ: ପିଏମ କୃଷକ ଯୋଜନାର ୧୭ତମ କିସ୍ତିକୁ ଅପେକ୍ଷା କରି ରହିଛନ୍ତି ଦେଶର କୋଟି କୋଟି କୃଷକ । ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ ପରେ ମୋଦୀ କୃଷକଙ୍କ ପାଇଁ ବଡ଼ ଉପହାର ଭେଟି ଦେଇଛନ୍ତି । ତୃତୀୟ କାର୍ଯ୍ୟକାଳର ପ୍ରଥମ ଫାଲ ଭାବରେ କୃଷକଙ୍କ ପିଏମ କିସାନ ଯୋଜନାରେ କିସ୍ତି ଦେବା ପାଇଁ ଦସ୍ତଖତ କରିଥିଲେ ପ୍ରଧାନମନ୍ତ୍ରୀ । ତେବେ ଆଗାମୀ ସପ୍ତାହରେ ଏହି ଯୋଜନାର ୧୭ତମ କିସ୍ତି ଜାରି କରିବା ନେଇ ମଧ୍ୟ ଘୋଷଣା ହୋଇଯାଇଛି । ଜୁନ୍ ୧୮ ତାରିଖରେ ଏହି ଟଙ୍କା କୃଷକଙ୍କ ଆକାଉଣ୍ଟକୁ ପଠାଯିବ ବୋଲି ଜାଣିବାକୁ ମିଳିଛି ।

କେନ୍ଦ୍ରରେ ଲଗାତାର ତୃତୀୟ ଥର ପାଇଁ ସରକାର ଗଢିବା ପରେ ଜୁନ୍ ୧୮ ତାରିଖରେ ପ୍ରଥମ ଥର ପାଇଁ ବାରାଣସୀ ଯାତ୍ରା କରିବେ । ଏଠାରେ ଏକ ସମ୍ବୋଧନ ସଭାରେ ଯୋଗ ଦେବା ସହିତ ପିଏମ କିସାନ ଯୋଜନାର ୧୭ତମ କିସ୍ତି ଜାରି କରିବେ ପିଏମ ମୋଦୀ । ଏହି ଯୋଜନାରେ ଦେଶର ମୋଟ ୯.୩ କୋଟି କୃଷକଙ୍କ ଆକାଉଣ୍ଟକୁ ୨୦ ହଜାର କୋଟି ଟଙ୍କା ଟ୍ରାନ୍ସଫର କରାଯିବ । କୃଷକଙ୍କୁ ଆର୍ଥିକ ବିକାଶ ପାଇଁ ବେଶ୍ ସହଯୋଗୀ ହୋଇଛି ପିଏମ କିସାନ ଯୋଜନା । ୨୦୧୮ ମସିହାରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ବର୍ତ୍ତମାନ ପର୍ଯ୍ୟନ୍ତ କୃଷକ ୧୬ଟି କିସ୍ତିରେ ଟଙ୍କା ପାଇଛନ୍ତି । ତେବେ ୧୭ତମ କିସ୍ତିକୁ ଅପେକ୍ଷା କରିଥିବା ବେଳେ ଆସନ୍ତା ୧୮ ତାରିଖରେ ଏହି ଟଙ୍କା ପାଇବେ କୃଷକ ।

ଅନଲାଇନରେ କିପରି ଚେକ୍ କରିବେ ଷ୍ଟାଟସ?

  1. ପିଏମ କିସାନ ଯୋଜନାର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ
  2. ବେନିଫିସିଆରୀ ଷ୍ଟାଟସ ଅନଲାଇନ ପେଜକୁ ଯାଆନ୍ତୁ
  3. ଏହାପରେ ନିଜ ଆଧାର ନମ୍ବର ବା ଆକାଉଣ୍ଟ ନମ୍ବର ଦିଅନ୍ତୁ
  4. ବର୍ତ୍ତମାନ ‘ଗେଟ୍ ଡାଟା’ ଅପ୍ସନରେ କ୍ଲିକ କରନ୍ତୁ
  5. ଏହାପରେ ବେନିଫିସିଆରୀ ଷ୍ଟାଟସକୁ ଦେଖି କ୍ଲିକ କରନ୍ତୁ
  6. ଏହାପରେ ପେମେଣ୍ଟ ଷ୍ଟାଟସ ଚେକ୍ କରନ୍ତୁ ଏବଂ କ୍ଲିକ କରନ୍ତୁ
  7. ଏହି ପ୍ରକ୍ରିୟା ପୂରଣ ହେବା ପରେ ଆପଣଙ୍କ ସ୍କ୍ରିନରେ ବେନିଫିସିଆରୀ ଷ୍ଟାଟସ ଦେଖିବାକୁ ମିଳିବ ।

Get real time updates directly on you device, subscribe now.