fbpx

ବାସ୍ତୁଶାସ୍ତ୍ରରେ ଧନୀ ହେବାକୁ କ’ଣ ରହିଛି ଟିପ୍ସ ? ଜାଣନ୍ତୁ

ଧନୀ ହେବାକୁ କିଏ ବା ନଚାହେଁ । ଏଥିପାଇଁ ଲୋକମାନେ କଠିନରୁ କଠିନ ପରିଶ୍ରମ କରନ୍ତି, କିନ୍ତୁ ତାଙ୍କ ଇଛା ପୂରଣ ହୋଇନଥାଏ । ଅନ୍ୟପଟେ ବାସ୍ତୁଶାସ୍ତ୍ର ଓ ପୁରାଣରେ ଭଲ ଜୀବନ ବଞ୍ଚିବାକୁ ଅନେକ ନିୟମ ବିଷୟରେ କୁହାଯାଇଛି । ଏହି ଉପାୟର ପାଳନ କରିବା ଦ୍ୱାରା ମଣିଷର ଜୀବନକୁ ସରଳ ଓ ଖୁସି କରିପାରେ । ଯଦି ଆପଣ ଜୀବନରେ ଧନୀ ହେବାକୁ ଚାହୁଁଛନ୍ତି, ସେଥିପାଥଇଁ ମଧ୍ୟ ବାସ୍ତୁଶାସ୍ତ୍ରରେ କିଛି ଉପାୟ ରହିଛି । ତେବେ ଆସନ୍ତୁ ଜାଣିବା କିଛି ଟିପ୍ସ..

– ହିନ୍ଦୁ ଶାସ୍ତ୍ରରେ କୁହାଯାଇଛି ଯେ, ବ୍ୟକ୍ତିଙ୍କୁ କିଛି ତିଥୀ ଉପରେ ବିଶେଷ ସାବଧାନୀ ଓ ନିୟମର ପାଳନ କରିବା ଆବଶ୍ୟକ । ବ୍ୟକ୍ତିଙ୍କୁ ପ୍ରତି ମାସର ଅଷ୍ଟମୀ, ଏକାଦଶୀ, ପୂର୍ଣ୍ଣିମା, ଅମାବାସ୍ୟା ଓ ଚତୁଦ୍ଦର୍ଶୀ ତିଥୀରେ ଭଗବାନଙ୍କୁ ଉପାସନା କରିବା ଉଚିତ୍ । ଏହି ତିଥୀରେ ଉପବାସ ରହିବା ସହ ମାଂସ ଖାଇବା ଓ ତେଲ ଲଗାଇବାଠାରୁ ଦୂରେଇ ରହିବା ଉଚିତ୍ । କାରଣ ଏହି ତିଥୀଗୁଡିକୁ ଅତ୍ୟନ୍ତ ଶୁଭ ଓ ପବିତ୍ର ଭାବରେ ବିବେଚନା କରାଯାଏ ।

– କୌଣସି ପୁରୁଷ କେବେବି ଅନ୍ୟ ମହିଳାଙ୍କୁ ଖରାପ ଦୃଷ୍ଟିରେ ଦେଖିବା ଉଚିତ୍ ନୁହେଁ । ଏହା ସହ କୌଣସି ମହିଳାଙ୍କୁ ଅପମାନିତ ମଧ୍ୟ କରିବା ଉଚିତ୍ ନୁହେଁ । ଏପରି କରିବା ଦ୍ୱାରା ଘରେ ସୁଖ, ସମୃଦ୍ଧତା ଓ ବୈଭବ ନଷ୍ଟ ହୋଇଥାଏ ।

– ପୂଜାପାଠ କରୁଥିବା ସମୟରେ ଦେବାଦେବୀଙ୍କ ମୂର୍ତ୍ତୀ, ଶଙ୍ଖ, ପୂଜା ସାମଗ୍ରୀ, ଶାଲିଗ୍ରାମ ଓ ଦୀପକୁ ଅଶୁଭ ଭୂମିରେ ରଖିବା ଉଚିତ୍ ନୁହେଁ । ଏହି ସମସ୍ତ ଜିନିଷକୁ ଭୂମିରେ ରଖିବା ପୂର୍ବରୁ ନାଲି କପଡା ପାରି ଏକ ପରିଷ୍କାର ଓ ଉଚ୍ଚ ସ୍ଥାନରେ ରଖିବା ଉଚିତ୍ ।

Get real time updates directly on you device, subscribe now.