fbpx

ଆଜି ଗୁରୁ-ଶିଷ୍ୟ ମଧ୍ୟରେ ହେବ ଭୀଷଣ ଯୁଦ୍ଧ: ଜାଣନ୍ତୁ କଣ ରହିପାରେ ଉଭୟ ଦଳର ସମ୍ଭାବିତ ପ୍ଲେଇଙ୍ଗ ୧୧

Advertisement

ମୁମ୍ବାଇ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗର ୫୫ତମ ମ୍ୟାଚରେ ଆଜି ଗୁରୁ ଏବଂ ଶିଷ୍ୟଙ୍କ ମଧ୍ୟରେ ହେବାକୁ ଯାଉଛନ୍ତି ଭୀଷଣ ଯୁଦ୍ଧ । ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଋଷଭ ପନ୍ତ ଆଜି ନିଜ ଗୁରୁ ଧୋନୀଙ୍କୁ ପ୍ରତିପକ୍ଷ ଭାବରେ ଭେଟିବେ । ପ୍ଲେଅଫ ପାଇଁ ଏହି ମ୍ୟାଚରେ ବିଜୟ ହାସଲ କରିବା ଦିଲ୍ଲୀ ପାଇଁ ଖୁବ ମହତ୍ତ୍ୱପୂର୍ଣ୍ଣ ହୋଇ ପଡିଛି । ସେପଟେ ଧୋନୀଙ୍କ ଚେନ୍ନାଇ ପ୍ଲେଅଫରୁ ପ୍ରାୟତଃ ବାଦ ପଡି ସାରିଥିବା ବେଳେ ମ୍ୟାଚ ଜିତି ଦିଲ୍ଲୀର ଗଣିତ ଏପଟ ସେପଟ କରିବା ପାଇଁ ଲକ୍ଷ୍ୟ ରହିବ ।

ଚଳିତ ସିଜନରେ ଗତବର୍ଷର ଚମ୍ପିଆନ ଚେନ୍ନାଇର ପ୍ରଦର୍ଶନ ଖୁବ ଖରାପ ରହିଛି । ଅଧିନାୟକ ପରିବର୍ତ୍ତନ କରିବା ଦଳ ପାଇଁ ମହଭ୍ଗା ପଡିଯାଇଛି । ଜାଡେଜାଙ୍କ ଅଧୀନରେ ଦଳ ସେତେଟା ଭଲ ପ୍ରଦର୍ଶନ କରିପାରିନଥିବା ବେଳେ ଅଧାରୁ ପୁଣିଥରେ ଦାୟିତ୍ୱ ଧୋନୀଙ୍କୁ ହସ୍ତାନ୍ତର କରିଛନ୍ତି । ଜାଡେଜାଙ୍କ ନେତୃତ୍ୱରେ ୮ଟି ମ୍ୟାଚରୁ ମାତ୍ର ୨ଟିରେ ବିଜୟ ହାସଲ କରିବାରେ ସଫଳ ହୋଇତିଲା ଦଳ । ତେବେ ଧୋନୀ ନେତୃତ୍ୱ ନେବା ପରେ ଦଳ ଗୋଟିଏରେ ବିଜୟ ହାସଲ କରିଥିବା ବେଳେ ଗୋଟିଏରେ ପରାଜୟର ସାମନା କରିଛି । ତେବେ ପଏଣ୍ଟ ଟେବୁଲରେ ଦିଲ୍ଲୀ ପଞ୍ଚମ ସ୍ଥାନରେ ରହିଥିବା ବେଳେ ନବମ ସ୍ଥାନରେ ରହିଛି ଚେନ୍ନାଇ ।

ଆଜିର ଏହି କଡା ସଂଘର୍ଷପୂର୍ଣ୍ଣ ମ୍ୟାଚରେ କଣ ରହିବ ଉଭୟ ଦଳର ପ୍ଲେଇଙ୍ଗ ୧୧ ଆସନ୍ତୁ ଜାଣିବା ।

ଚେନ୍ନାଇ ସୁପର କିଙ୍ଗସ:

ଋତୁରାଜ ଗାଏକ୍ୱାଡ, ଡେଭନ କନୱେ, ରବିନ ଉଥାପ୍ପା, ଅମ୍ବାତି ରାୟୁଡୁ, ମୋଇନ ଅଲୀ, ଏମ.ଏସ ଧୋନୀ(ୱିକେଟ କିପର/ଅଧିନାୟକ), ରବିନ୍ଦ୍ର ଜାଡେଜା, ସିମରଜିତ ସିଂହ, ଡ୍ୱେନ ପ୍ରିଟୋରିୟସ, ମୁଖେଶ ଚୌଦୂରୀ ଏବଂ ମହୀଷ ତୀକ୍ଷଣା

ଦିଲ୍ଲୀ କ୍ୟାପିଟାଲ୍ସ:

ମନଦୀପ ସିଂହ, ଡାଭିଡ ୱାର୍ଣ୍ଣର, ମିଚେଲ ମାର୍ଶ, ଋଷଭ ପନ୍ତ(ଅଧିନାୟକ/ୱିକେଟ କିପର), ଲଳିତ ଯାଦବ, ରୋବମେନ ପାୱେଲ, ଅକ୍ଷର ପଟେଲ, ଶାଦ୍ଦୁଳ ଠାକୁର, କୁଳଦୀପ ଯାଦବ, ଏନରିକ ନୋକିଆ, ଖଲୀଲ ଅହମଦ ।

Get real time updates directly on you device, subscribe now.