fbpx

ଅନଲାଇନରେ ଅର୍ଡର କରିଥିଲେ ପରଟା, ମିଳିଲା ଏପରି ଖାଦ୍ୟ, ପୋଲିସରେ ପହଞ୍ଚିଲା ମାମଲା: ପଢ଼ନ୍ତୁ ପୂରା ଖବର

Advertisement

ବର୍ତ୍ତମାନର ସମୟରେ ଭୋକ ଲାଗିଲେ ରୋଷେଇ ଘରକୁ ଯାଇ ଖାଇବା ତିଆରି କରିବା ଅପେକ୍ଷା ଅନଲାଇନ ଫୁଡ୍ ଡେଲିଭରି ଆପ୍ ଦ୍ୱାରା ଘରକୁ ଖାଦ୍ୟ ଫଟାଫଟ୍ ଅର୍ଡର ହୋଇଯାଉଛି । ଆଉ ଆମେ ତାକୁ ଫଟାଫଟ୍  ଖାଇବାକୁ ଲାଗିଥାଉ । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିବା ପରେ ଆପଣ ଅର୍ଡର କରିଥିବା ଖାଦ୍ୟକୁ ଖାଇବା ପୂର୍ବରୁ ଥରେ ଚେକ୍ କରିବାକୁ ନିଶ୍ଚୟ ବାଧ୍ୟ ହେବେ ।

କେରଳର ଥିରୁଅନନ୍ତପୁରମରେ ଜଣେ ଯୁବତୀ ନିଜ ପାଇଁ ଖାଦ୍ୟ ଅର୍ଡର କରିଥିଲେ କିନ୍ତୁ ଯେତେବେଳେ ତାଙ୍କୁ ଖାଦ୍ୟ ଡେଲିଭରି ହୋଇଥିଲା, ଏବଂ ସେ ଏହି ଖାଦ୍ୟକୁ ଖୋଲିଥିଲେ ଆଉ ସେ ସେହି ଖାଦ୍ୟକୁ ଦେଖି ଡରିଯାଇଥିଲେ । ଘଟଣା ମେ ୫ ତାରିଖର । ଖାଦ୍ୟ ଅର୍ଡର ହୋଇଥିବା ହୋଟେଲର ଭୁଲ୍ ପରେ ମାମଲା ପୋଲିସ ପର୍ଯ୍ୟନ୍ତ ଯାଇଥିଲା ଏବଂ ହୋଟେଲକୁ କିଛି ଦିନ ପର୍ଯ୍ୟନ୍ତ ବନ୍ଦ କରିବାକୁ ପଡ଼ିଥିଲା ।

ସୂଚନା ଅନୂଯାୟୀ, ଥିରୁଅନନ୍ତପୁରମର ଜଣେ ଯୁବତୀ ଜଣକ ଏକ ହୋଟେଲରୁ ପରଟା ଅର୍ଡର କରିଥିଲେ କିନ୍ତୁ ଯେତେବେଳେ ତାହା ତାଙ୍କୁ ଘରେ ପହଞ୍ଚିଥିଲା ସେତେବେଳେ ଘଟଣା କିଛି ଅଲଗା ରୂପ ନେଇଥିଲା । ଯେତେବେଳେ ସେ ପରାଠା ଖାଇବା ପାଇଁ ପାର୍ସଲକୁ ଖୋଲିଥିଲେ ସେଥିରେ ତାଙ୍କ ଏକ ମଲା ସାପ ଦେଖିବାକୁ ମିଳିଥିଲା । ଆଉ ମାମଲା ପୋଲିସରେ ପହଞ୍ଚିଥିଲା । ଘଟଣା ସାମ୍ନାକୁ ଆସିବା ପରେ ଖାଦ୍ୟ ସୁରକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିôଲା । ଅବଶ୍ୟ ହୋଟେଲ ପାଖରେ ସମସ୍ତ ଜରୁରୀ ଲାଇସେନ୍ସ ରହିଥିଲା । ଆଉ ସେଠାରେ ଖାଦ୍ୟରେ ମଧ୍ୟ କିଛି ଗଡ଼ବଡ଼ ଦେଖିବାକୁ ମିଳିନଥିଲା, ପରେ ହୋଟେଲକୁ ଠିକ୍ ଭାବରେ ସଫା କରିବା ପାଇଁ ନିର୍ଦ୍ଦେଶ ଦେବା ସହ ଅସ୍ଥାୟୀ ଭାବରେ ବନ୍ଦ କରାଯାଇଥିଲା ।

Get real time updates directly on you device, subscribe now.