fbpx

ପୁଣିଥରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ସତର୍କ ସୂଚନା: ୮ ଜିଲ୍ଲାକୁ ରେଡ ଆଲର୍ଟ ଜାରି

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର କିଛି ଅଞ୍ଚଳରେ ମଙ୍ଗଳବାର ଦିନ ବର୍ଷା ହୋଇଥିଲା । ପାଣିପାଗ ବିଭାଗ ୧୨ରୁ ୮ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରିଛି । ଏହା ଛଡା ସେହି ଅଞ୍ଚଳରେ ସ୍କୁଲ କଲେଜ ଗୁଡିକୁ ଛୁଟି କରିବା ପାଇଁ ଆଦେଶ ଦିଆଯାଇଛି । ବିଳାସପୁରର ଡେପୁଟି କମିଶନର ଆବିଦ ହୁସେନ ସାଦିକଙ୍କ କହିବା ଅନୁସାରେ, ସମସ୍ତ ଶିକ୍ଷଣୀୟ ସ୍ଥାନ ବନ୍ଦ ରହିବ । ପାଣିପାଗ ବିଭାଗ ପକ୍ଷରୁ ବିଳାସପୁର, ହମିରପୁର, କୁଲ୍ଲୁ, ମଣ୍ଡି, ଶିମଲା, ସୋଲେନ, ସିରାମୋର ଏବଂ ଉନା ଜିଲ୍ଲାର କିଛି ସ୍ଥାନ ପାଇଁ ଆଲର୍ଟ ଜାରି କରାଯାଇଛି । ମଙ୍ଗଳବାର ଦିନ ବର୍ଷା କାରଣରୁ ମଣ୍ଡିର କିଛି ସ୍ଥାନରେ ଭୁସ୍ଖଳନ ହୋଇଛି । ଆଉ କିଛି ସ୍ଥାନରେ ଗଛ ଉପୁଡିଥିବାର ଖବର ମଧ୍ୟ ସାମ୍ନାକୁ ଆସିଛି ।

ମଙ୍ଗଳବାର ହୋଇଥିବା ବର୍ଷା କାରଣରୁ କୌଣସି ଲୋକ ପ୍ରାଣ ହରାଇ ନାହାନ୍ତି । ଚଳିତବର୍ଷ ଆରମ୍ଭରେ ହୋଇଥିବା ବର୍ଷା ଯୋଗୁଁ ସିମଲାର ଭୂସ୍କଳନ ଏବଂ ବର୍ଷା ଯୋଗୁଁ ୮୦ ଲୋକ ପ୍ରାଣ ହରାଇଥିଲେ । ପାଣିପାଗ ବିଭାଗ ବୁଧବାର ଏବଂ ଗୁରୁବାର ପ୍ରବଳ ବର୍ଷା ପାଇଁ ୨୫ ଏବଂ ୨୬ରେ ଅଧିକ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରିଛି । ପାଣିପାଗ ବିଭାଗ ୨୮ ଅଗଷ୍ଟ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଅନୁମାନ କରିଛି । ୨୪ ଜୁନରେ ହୋଇଥିବା ବର୍ଷା ଯୋଗୁଁ ୨୨୭ ଲୋକଙ୍କର ମୃତ୍ୟୁ ହୋଇଥିଲା । ଏବେ ପର୍ୟ୍ୟନ୍ତ ମଧ୍ୟ ୩୮ ଲୋକ ନିଖୋଜ ଅଛନ୍ତି । ଆତ କାଳୀନ ପରିଚାଳନା କେନ୍ଦ୍ର କହିବା ଅନୁସାରେ ୧୨,୦୦୦ରୁ ଅଧିକ ଘର ଭାଙ୍ଗିଯାଇଛି । ତେବେ ଅକଳନ ଅନୁସାରେ ରାଜ୍ୟକୁ ପାଖାପାଖି ୮,୧୦୦ କୋଟି ଟଙ୍କା କ୍ଷତିଗ୍ରସ୍ତ ହୋଇଛି । ଏବେ ମଧ୍ୟ ଏହା ଆକଳନ କରାଯାଉଛି । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଏହା କରିଛନ୍ତି ରାଜ୍ୟକୁ ପ୍ରାୟ ୧୦,୦୦୦ କୋଟି ଟଙ୍କାର କ୍ଷତି ହୋଇଛି ।

Get real time updates directly on you device, subscribe now.