fbpx

ଟ୍ରେନ ଦୁଆର ପାଖରେ ବସୁଥିବା ଯାତ୍ରୀଙ୍କୁ ଚେତାବନୀ: ମଜାଦାର ଉପାୟରେ Railway ଦେଲା ସୁରକ୍ଷା ମନ୍ତ୍ର

ନୂଆଦିଲ୍ଲୀ: ୨୦୨୩ରେ ସୋସିଆଲ ମିଡିଆରେ ଅନେକ ପ୍ରକାରର କମେଡି କଣ୍ଟେଣ୍ଟ ଦେଖିବାକୁ ମିଳିଛି । ସେଥିରୁ କିଛି ବିଷୟକୁ ନେଇ ଖୁବ ଚର୍ଚ୍ଚା ହୋଇଥିଲା । ବର୍ତ୍ତମାନ ନୂଆବର୍ଷରେ ପହଞ୍ଚି ସାରିଥିଲେ ମଧ୍ୟ ଏବେ ବି ଏକ ପୋଷ୍ଟ ଖୁବ ଭାଇରାଲ ହେଉଛି । ସୋସିଆଲ ମିଡିଆ ପ୍ଲାଟଫର୍ମ ଫେମ୍ ଆଇଏଏସ ଇଣ୍ଟରଭ୍ୟୁ ବିଜେନ୍ଦ୍ର ଚୌହାନଙ୍କ ଏକ ଡାଇଲଗ୍ ‘ଏଣ୍ଟ୍ରି ଅଚ୍ଛି ଥି, ଲେକିନ୍ ବେଠନେ କି ଷ୍ଟାଇଲ ଥୋଡ଼ା କାଜୁଆଲ ଥା(ଏଣ୍ଟ୍ରି ବହୁତ ଭଲ ଥିଲା, କିନ୍ତୁ ବସିବା ଷ୍ଟାଇଲ ଟିକିଏ ସାମାନ୍ୟ)’ । ୟୁପିଏସସି ପ୍ରାର୍ଥିଙ୍କ ଏକ ଇଣ୍ଟରଭ୍ୟୁ ସମୟରେ ଏହି ଡାଇଲଗ୍ କହିଥିଲେ ବିଜେନ୍ଦ୍ର ଚୌହାନ୍, ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା ।

ତେବେ ଏହି ଡାଇଲଗ୍ ର ଲୋକପ୍ରିୟତା ଦେଖି ଏହାକୁ ନେଇ କମେଡି ଆରମ୍ଭ ହୋଇଥିଲା । ଏହି ମେମ୍ସ ଅନେକ କ୍ଷେତ୍ରରେ ବ୍ୟବହାର କରାଯାଉଛି । ଲୋକମାନେ ବିଭିନ୍ନ ମେମ୍ସରେ “ଏଣ୍ଟ୍ରି ଭଲ, କେବଳ ବସିବା ଶୈଳୀ ଟିକେ କାଜୁଆଲ୍” ଡାଇଲଗ୍ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ସେ ନିଜେ ମାଜରେ ମଜାରେ କହିଥିଲେ ଯେ, ସେ ଜାଣି ନାହାଁନ୍ତି ଯେ ତାଙ୍କ ଡାଇଲଗ୍ ଇଣ୍ଟରନେଟରେ ମେମ୍ସ ଆକାରରେ ନିଆଯିବ। ବର୍ତ୍ତମାନ ରେଲୱେ ମଧ୍ୟ ଏହି ମେମ୍ସକୁ ବ୍ୟବହାର କରି ଟ୍ରେନର ଦ୍ୱାରରେ ବସୁଥିବା ଯାତ୍ରୀମାନଙ୍କ ଉପରେ ଚେତାବନୀ ଜାରି କରିଛି । ଏହି ମେମ୍ସକୁ ବ୍ୟବହାର କରି ଟ୍ରେନରେ ଯାତ୍ରା କରିବା ସମୟରେ ଦ୍ୱାରରେ ନ ବସିବା ପାଇଁ ଯାତ୍ରୀମାନଙ୍କୁ ଅନୁରୋଧ କରିଛି ଭାରତୀୟ ରେଳବାଇ ।

ରେଳ ମନ୍ତ୍ରଣାଳୟ ଟ୍ୱିଟରରେ ଏକ ମଜାକିଆ ପୋଷ୍ଟ ସେୟାର କରି କହିଛି ଯେ, ଜଣେ ଦାୟିତ୍ୱବାନ୍ ଟ୍ରେନ୍ ଯାତ୍ରୀ ହୁଅନ୍ତୁ ଏବଂ ଦ୍ୱାରରେ ବସି ଯାତ୍ରା କରନ୍ତୁ ନାହିଁ। ଏହି ପୋଷ୍ଟରେ ଏକ ଫଟୋଗ୍ରାଫ୍ ଥିଲା ଯେଉଁଥିରେ ଯାତ୍ରୀମାନେ ଏକ ଟ୍ରେନର ଦ୍ୱାରରେ ବସି ଯାତ୍ରା କରୁଥିବାର ଦେଖିବାକୁ ମିଳିଛି। ଏହି ଚିତ୍ରରେ ବିଜେନ୍ଦ୍ରଙ୍କ ଭାଇରାଲ ଡାଇଲଗ୍ କୁହାଯାଇଛି ଯେ, ଟ୍ରେନରେ ବସିବାର ଶୈଳୀ ଅତ୍ୟନ୍ତ କାଜୁଆଲ୍ ।

ଏହି ପୋଷ୍ଟ ମାଧ୍ୟମରେ ରେଳ ମନ୍ତ୍ରଣାଳୟ କିଛି ଯାତ୍ରୀଙ୍କ ଅସାବଧାନତାକୁ ହାସ୍ୟାସ୍ପଦ ଢଙ୍ଗକୁ ଦର୍ଶାଇଛି । ଟ୍ରେନର କବାଟ ବସିବା ସ୍ଥାନ ନୁହେଁ ଏବଂ ଏହା କରିବା ବିପଜ୍ଜନକ ବୋଲି ଯାତ୍ରୀମାନଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଛି ରେଲୱେ।

Get real time updates directly on you device, subscribe now.