fbpx

ଏହି ତାରିଖରେ ହୋଇଛି କି ଆପଣଙ୍କ ଜନ୍ମ? ସବୁ କ୍ଷେତ୍ରରେ ମିଳିବ ସଫଳତା

Advertisement

ଓଡ଼ିଶା ଭାସ୍କର: ଜୀବନରେ ବଭିନ୍ନ ପ୍ରକାରର ସଫଳତା ପାଇବା ପାଇଁ ସର୍ବଦା ପ୍ରୟାସ କରିଥାନ୍ତି ସମସ୍ତ ଲୋକ । କିନ୍ତୁ ଅନେକ ଲୋକ ସଫଳତା ପାଇ ପାରନ୍ତି ନାହିଁ । ଏହି ବିଫଳତା ପାଇଁ ଅନେକ କାରଣ ହୋଇପାରେ । କିନ୍ତୁ ଅଙ୍କ ଜ୍ୟୋତିଶରେ କିଛି ଏଭଳି ମୂଳାଙ୍କ ବିଷୟରେ କୁହାଯାଇଛି, ଯାହା କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିଥାଏ । ତେବେ ଆସନ୍ତୁ ଜାଣିବା ଏହି ଭାଗ୍ୟଶାଳୀ ମୂଳାଙ୍କ ବିଷୟରେ । କିନ୍ତୁ କିଛି ମୂଳାଙ୍କରେ ଜନ୍ମ ନେଇଥିବା ବ୍ୟକ୍ତି ଜୀବନରେ ଅନେକ ସଫଳତା ପାଇଥାଆନ୍ତି ।

ମୂଳାଙ୍କ ୩: ଯେକୌଣସି ମାସର ୩, ୧୨, ୨୧ କିମ୍ବା ୩୦ ତାରିଖରେ ଜନ୍ମ ନେଇଥିବା ବ୍ୟକ୍ତିବିଶେଷଙ୍କ ମୂଳାଙ୍କ ୩ ହୋଇଥାଏ । ଏହି ମୂଳାଙ୍କର ସ୍ୱାମୀ ହେଉଛନ୍ତି ବୃହସ୍ପତି ଗ୍ରହ, ଯିଏ ସମସ୍ତ ଗ୍ରହଙ୍କ ଗୁରୁ ବୋଲି ମଧ୍ୟ ବିବେଚନା କରାଯାଏ । ତେବେ ଏହି ମୂଳାଙ୍କରେ ଜନ୍ମଲାଭ କରିଥିବା ବ୍ୟକ୍ତିବିଶେଷମାନଙ୍କୁ ବିଶେଷ ଲାଭ ମିଳିଥାଏ । ଅଙ୍କ ଜ୍ୟୋତିଶରେ କୁହାଯାଇଛି ଯେ, ମୂଳାଙ୍କ ୩ ଥିବା ବ୍ୟକ୍ତିମାନେ ଖୁବ ସ୍ୱାଭିମାନୀ ହୋଇଥାନ୍ତି । ଏମାନେ ବୁଦ୍ଧିମାନ ହେବା ସହ ଉଚ୍ଚାଭିଳାସୀ ହୋଇଥାନ୍ତି । ଏମାନେ କୌଣସି ବିପଦକୁ ଭୟ କରନ୍ତି ନାହିଁ ଏବଂ ସମସ୍ତ ପରିସ୍ଥିତିକୁ ସାହସର ସହ ସାମନା କରିଥାନ୍ତି । ଏମାନେ ଯେଉଁ କାମ ଆରମ୍ଭ କରିଥାନ୍ତି, ତାହାକୁ ଶେଷ କରିବା ପରେ ହିଁ ବିରତୀ ନେଇଥାନ୍ତି ।

ଅଙ୍କ ଜ୍ୟୋତିଶରେ ଏହା ମଧ୍ୟ କୁହାଯାଇଛି ଯେ, ମୂଳାଙ୍କ ୩ ଥିବା ବ୍ୟକ୍ତିବିଶେଷଙ୍କୁ ନିଜ ଜୀବନରେ ଟଙ୍କାର ଅଭାବ ହେବ ନାହିଁ । ଏମାନଙ୍କ ଜୀବନ ସୁରୁଖୁରୁରେ ବିତିଥାଏ । ଏହାସହ ନିଜ କାର୍ଯ୍ୟକ୍ଷେତ୍ରରେ ମଧ୍ୟ ଅନେକ ସଫଳତା ହାସଲ କରିଥାନ୍ତି । ମୂଳାଙ୍କ ୩ ର ସ୍ୱାମୀ ବୃହସ୍ପତି ହୋଇଥିବା ବେଳେ ବିବାହର କାରକ ବୋଲି ମଧ୍ୟ କୁହାଯାଏ । ତେବେ ଏହି ଜାତକଧାରୀମାନଙ୍କ ବୈବାହିକ ଜୀବନ ମଧ୍ୟ ଖୁବ ସୁଖରେ ବିତିଥାଏ । ଏହାବ୍ୟତୀତ ଏମାନେ ନିଜ ଜୀବନରେ ବିନା କାରଣରେ ଅନ୍ୟ କାହା ଜୀବନରେ ହସ୍ତକ୍ଷେପ କରିବାକୁ ପସନ୍ଦ କରନ୍ତି ନାହିଁ ।

ମୂଳାଙ୍କ ୩ରେ ଜନ୍ମ ନେଇଥିବା ବ୍ୟକ୍ତିଙ୍କ ପାଇଁ ୩, ୬, ୯ ଅଙ୍କ ବହୁତ ଶୁଭ ହୋଇଥାଏ । ଏହାସହିତ ଏହି ଲୋକମାନଙ୍କ ପାଇଁ ଶୁଭ ଦିନ ମଙ୍ଗଳବାର, ଗୁରୁବାର ଏବଂ ଶୁକ୍ରବାର ରହିଥାଏ । ଏହି ଜାତକର ଲୋକଙ୍କ ପାଇଁ ଶୁଭ ରଙ୍ଗ ନୀଳ, ଗୋଲାପୀ ଏବଂ ଲାଲ ରଙ୍ଗ ଏମାନଙ୍କ ପାଇଁ ଭାଗ୍ୟବାନ୍ ବୋଲି କୁହାଯାଇଛି ।

Get real time updates directly on you device, subscribe now.