fbpx

Video: ନାଗ ସାପକୁ ଗୁଳି ମାରି ଭୁଲ୍ କରିଦେଲେ ବ୍ୟକ୍ତି, ସଙ୍ଗେ ସଙ୍ଗେ ଫଣା ମେଲାଇ ସଜା ଦେଲା ସାପ

ନୂଆଦିଲ୍ଲୀ: କୁହାଯାଏ ଯେମିତି କାମ କରିବ ସେମିତି ଫଳ ପାଇବ। ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଏପରି କିଛି ଦେଖିବାକୁ ମିଳିଥିଲା। ମିଣଷକୁ ତାର କର୍ମର ଫଳ କିପରି ମିଳିଥାଏ, ତାହା ଏହି ଭିଡିଓରେ ଦେଖିବାକୁ ମିଳିଛି। ଭିଡିଓରେ କାର୍‌ରେ ବସିଥିବା ବ୍ୟକ୍ତି ନିଜ ରିଭଲଭରରେ ନାଗ ସାପ ଉପରେ ଗୁଳି ଚଳାଇଥିଲେ । କିନ୍ତୁ ତାଙ୍କର ଲକ୍ଷ୍ୟ ସଠିକ୍ ଭାବେ ନାଗ ଉପରେ ଲଗାଇବାରେ ବିଫଳ ହୋଇଥିଲେ । ବାରମ୍ବାର ଦୁଇ ଥର ଲକ୍ଷ୍ୟ ଉପରେ ଗୁଳି ନବାଜିବାରୁ ନାଗ ବର୍ତ୍ତି ଯାଇଥିଲା ।

କିନ୍ତୁ ଆଗାମୀ ମୁହୁର୍ତ୍ତରେ କାର୍‌ରେ ବସିଥିବା ବ୍ୟକ୍ତିଙ୍କୁ ତାଙ୍କ କର୍ମର ଫଳ ମିଳୁଛି, ଯାହାକୁ ଦେଖି ଆପଣଙ୍କ ରୁମ ମଧ୍ୟ ଟାଙ୍କୁରି ଉଠିବ । ଭିଡିଓ ଆରମ୍ଭରେ, ଜଣେ ରାଜା ପରି ନାଗ ସାପ ଟି ଏକ ଖରାପ ରାସ୍ତାରେ ବସିଛନ୍ତି ତାହା ଦେଖିବାକୁ ମିଳେ । ଏହି ସମୟରେ ନାଗ ସାପକୁ ସାମ୍ନାରେ ଦେଖି ଏକ କାର ଅଟକି ଯାଇଥିଲା, ଯେଉଁଥିରେ ଜଣେ ବ୍ୟକ୍ତି ତାଙ୍କ ରିଭଲଭର ବାହାର କରି ନାଗ ସାପା କୁ ଗୁଳି କରିବା ଆରମ୍ଭ କରିଦିଏ । ବ୍ୟକ୍ତି ଜଣକ ଗୋଟିଏ ପରେ ଗୋଟିଏ ନାଗ ଉପରେ ଅନେକ ଥର ଗୁଳି ଚଳାନ୍ତି । ତଥାପି, ପ୍ରତ୍ୟେକ ଥର ଟାର୍ଗେଟ ମିସ୍ କରନ୍ତି ଏବଂ ନାଗଟି ବଞ୍ଚିଯଅଏ, କିନ୍ତୁ କାରରେ ବସିଥିବା ବ୍ୟକ୍ତିଙ୍କ ଏହି କାର୍ଯ୍ୟ ଉପରେ, ନାଗ ସାପଟି କ୍ରୋଧିତ ହୋଇ ଏହାର ଫଣା ମେଲାଇ ସେହି ବ୍ୟକ୍ତିଙ୍କୁ ଆକ୍ରମଣ କରେ ।

ନାଗ ସାପଟିର ଆକ୍ରମଣ ପରେ ବ୍ୟକ୍ତିର ଅବସ୍ଥା ବିଗିଡି ଯାଉଛି । ଭିଡିଓରେ ବ୍ୟକ୍ତି ଜଣକ ଜୋରରେ ପାଟି କରୁଥିବା ଶୁଣିବାକୁ ମିଳୁଛି । ତେବେ, ଭିଡିଓ ଏଠାରେ ଶେଷ ହୋଇଛି ଏବଂ ଏହା ପରେ କ’ଣ ଘଟିଛି ତାହା ଜଣା ପଡିନାହିଁ । ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ଏବେ ଖୁବ୍ ଭାଇରାଲ ହେଉଛି ।

Get real time updates directly on you device, subscribe now.