fbpx

ମାଗଣାରେ ଦେଖନ୍ତୁ Netflix ଓ Amazon prime: ବାସ୍ ଆପଣାନ୍ତୁ ଏହି ସହଜ ଉପାୟ

ନୂଆଦିଲ୍ଳୀ: କରୋନା ସମୟରେ ଥିଏଟର ଗୁଡିକରେ ଭିଡ କମଥିବା ବେଳେ ଓଟିଟି ପ୍ଲାଟଫର୍ମର ଚାହିଦା ବଢିବାରେ ଲାଗିଛି । ଏମିତିରେ ଯଦି ଆପଣଙ୍କୁ କୁହାଯିବ କି ଆପଣଙ୍କୁ ୧୦୦୦ ଟଙ୍କାର ଓଟିଟି ସବସ୍କ୍ରିପସନ ସମ୍ପୂର୍ଣ୍ଣ ମାଗଣାରେ ମିଳିବ ତେବେ ଏହା ଆପଣଙ୍କୁ ଅବିଶ୍ୱାସଯୋଗ୍ୟ ଲାଗିପାରେ । ତେବେ ଜିଓ ଫାଇବର ପକ୍ଷରୁ ଏମିତି ଏକ ଅଫର ଆସିଛି ଯେଉଁଥିରେ ୧୦୦୦ ଟଙ୍କାର ଓଟିଟି ସବସ୍କ୍ରିପସନ ଆପଣଙ୍କୁ ମାଗଣାରେ ପ୍ରଦାନ କରାଯିବ।

ଜିଓ ଫାଇବର ପକ୍ଷରୁ ଏହାର ୱାଇଫାଇ ସେବା ଜରିଆରେ ଆପଣ ଏହି ଓଟିଟି ସବସ୍କ୍ରିପସନ ଫାଇଦା ଉଠାଇ ପାରିବେ । ମାତ୍ର ୯୯୯ ଟଙ୍କାର ରିଚାର୍ଜରେ ଆପଣଙ୍କୁ ୧୫୦ ଏମବିପିଏସ ସ୍ପିଡର ଇଣ୍ଟରନେଟ ସ୍ପିଡ ମିଳୁଥିବା ବେଳେ ୧୧ଟି ଓଟିଟି ସବସ୍କ୍ରିପସନ ମିଳୁଅଛି । ଏହା ସହିତ ୧୪୯୯ ଟଙ୍କାରେ ୩୦୦ ଏମବିପିଏସର ଇଣ୍ଟରନେଟ ସ୍ପିଡ ସହିତ ୧୨ଟି ଓଟିଟି ସବସ୍କ୍ରିପସନର ଫାଇଦା ମିଳୁଛି । ଏହି ଦୁଇଟି ଯାକ ପ୍ଲାନରେ ଅନଲିମିଟେଡ କଲ ସହିତ ଅନଲିମିଟେଡ ଭିଡିଓ କଲର ମଧ୍ୟ ଫାଇଦା ମିଳିଥାଏ । ଜିଓର ୱେବସାଇଟକୁ ଯାଇ ଜିଓ ଫାଇବର ପାଇଁ ଆବେଦନ କରିପାରିବେ ।

Get real time updates directly on you device, subscribe now.