fbpx

ରାଜଧାନୀରେ କରୋନାର ନୂଆ ରେକର୍ଡ, ୨୪ ଘଣ୍ଟାରେ ୨୮ ହଜାରୁ ଅଧିକ ସଂକ୍ରମିତ ଚିହ୍ନଟ, ୩୧ ଜଣକ ହୋଇଛି ମୃତ୍ୟୁ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ରେକର୍ଡ ଭାଙ୍ଗୁଛି କରୋନା ସଂକ୍ରମଣ । ଗୁରୁବାର ୨୮,୮୬୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ଯାହା ମହାମାରୀ ଆରମ୍ଭ ହେବା ଠାରୁ ଦୈନିକ ସଂକ୍ରମଣରେ ସର୍ବାଧିକ । ଏହା ସହ ୩୧ ଜଣଙ୍କର କୋଭିଡରେ ମୃତ୍ୟୁ ହୋଇଛି । ଗତ ଚାରି ଦିନ ମଧ୍ୟରେ କୋଭିଡ କାରଣରୁ ୭ ଶିଶୁଙ୍କର ମଧ୍ୟ ମୃତ୍ୟୁ ଘଟିଛି, ଯେଉଁଥିରୁ ତିନି ପିଲା ଏକ ବର୍ଷରୁ କମ୍ ଥିଲେ ।

ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଗୁରୁବାର ଦିଲ୍ଲୀରେ ୩୧ କୋଭିଡ ରୋଗୀଙ୍କ ମୃତ୍ୟୁ ହୋଇଛି ଏଡା ସହ ସଂକ୍ରମଣ ହାର ୨୯.୨୧ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ବର୍ଷ ଏପ୍ରିଲ୍ ୨୦ ରେ, ଦିଲ୍ଲୀରେ ୨୮,୩୯୫ ସଂକ୍ରମଣ ମାମଲା ପଞ୍ଜିକୃତ ହୋଇଥିଲା।

Get real time updates directly on you device, subscribe now.