fbpx

ସାବଧାନ୍ ଡ୍ରାଗନ୍! ଚୀନକୁ ଚକମା ଦେବ ଭାରତର INS Arighat: ମିସାଇଲ ରେଞ୍ଜ ୭୫୦ କି.ମି

ନୂଆଦିଲ୍ଲୀ: ଜଳପଥରେ ଆହୁରି ଶକ୍ତିଶାଳୀ ହେବ ଭାରତର ନୌସେନା । ଆଜି ନୌସେନାରେ ସାମିଲ ହେବାକୁ ଯାଉଛି ନ୍ୟୁକ୍ଲିୟର ସବମାରିନ୍ INS Arighat । ହିନ୍ଦ ମହାସାଗର ଅଞ୍ଚଳରେ ଏହା ଭାରତର ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହେବାକୁ ଯାଉଛି । K-4 ଭଳି ଘାତକ ମିସାଇଲରେ ସୁସଜ୍ଜିତ ରହିବ ଏହି ସବମାରିନ୍ । ପ୍ରାୟ ୩ ହଜାର କିଲୋମିଟର ଦୂରରୁ ଶତ୍ରୁକୁ ଟାର୍ଗେଟ କରି ଆକ୍ରମଣ କରିବାରେ ସକ୍ଷମ ରହିଛି ଭାରତର ନୂଆ ଶକ୍ତି INS Arighat । ଭାରତ ବିପକ୍ଷରେ ଲଗାତାର ଚକ୍ରାନ୍ତ କରୁଥିବା ଚୀନକୁ ଚକମା ଦେବାକୁ ଭାରତ ପାଇଁ ଏହା ଏକ ‘ବ୍ରହ୍ମାସ୍ତ୍ର’ ପାଲଟିବ ।

ଅରିହନ୍ତ ପରି ଅରିଘାତ ମଧ୍ୟ K-15 ମିସାଇଲରେ ସୁଜ୍ଜିତ ହୋଇ ରହିଛି । ହିନ୍ଦ ମହାସାଗରରେ ଚୀନର ଷଡ଼ଯନ୍ତ୍ରକୁ ସାମନା କରିବା ପାଇଁ ଭାରତକୁ ଅଧିକରୁ ଅଧିକ ସବମାରିନ୍ ଆବଶ୍ୟକ ରହିଛି । ତେଣୁ ବର୍ତ୍ତମାନ ନୌସେନା INS Arighatକୁ ଶକ୍ତିରେ ସାମିଲ କରିଛି । ତେବେ ଏହାପୂର୍ବରୁ ୨୦୧୪ ମସିହାରେ ଅରିହନ୍ତ ନାମକ ଯୁଦ୍ଧ ଜାହାଜ ପ୍ରଥମ ସବମାରିନ୍ ଭାବରେ ନୌସେନାରେ ସାମିଲ କରାଯାଇଥିଲା । ତେବେ ଅରିହନ୍ତ ତୁଳନାରେ ଅରିଘାତ ଅଧିକ ଅପଡେଟେଡ ଏବଂ ଖତରନାକ ବୋଲି ଜାଣିବାକୁ ମିଳିଛି । ଏହାପରେ ଆଗକୁ ଆହୁରି ୨ଟି ସବମାରିନ୍ ନୌସେନାରେ ସାମିଲ କରିବା ପାଇଁ ପ୍ରସ୍ତୁତି କରୁଛି ଭାରତ ।

ଅରିଘାତରେ କ’ଣ ରହିଛି ବିଶେଷତ୍ୱ?

  • INS Arighatକୁ ବିଶାଖାପଟ୍ଟନମର ଜାହାଜ ନିର୍ମାଣ କେନ୍ଦ୍ରରେ ATV(Advanced Technology Vessel) ପ୍ରୋଜେକ୍ଟ ଦ୍ୱାରା ନିର୍ମାଣ କରାଯାଇଛି ।
  • ନ୍ୟୁକ୍ଲିୟର ରିଆକ୍ଟରରେ ପରିଚାଳିତ ଏହି ସବମାରିନ୍ ସାଧାରଣ ଯୁଦ୍ଧ ଜାହାଜ ଅପେକ୍ଷା ଅଧିକ ବେଗରେ ଗତି କରିପାରେ ।
  • ସାଧାରଣ ଯୁଦ୍ଧ ଜାହାଜ କିଛି ଘଣ୍ଟା ପାଇଁ ପାଣି ଭିତରେ ରହିପାରେ । କିନ୍ତୁ ଅରିଘାତ ମାସ ମାସ ଧରି ପାଣି ଭିତରେ ରହିବାର କ୍ଷମତା ହାସଲ କରିଛି ।
  • ଜଳପୃଷ୍ଠରେ ୧୨-୧୫ ସାମୁଦ୍ରିକ ମୀଲ ବା ୨୨-୨୮ କିଲୋମିଟର ପ୍ରତି ଘଣ୍ଟା ବା ତା’ଠାରୁ ଅଧିକ ବେଗରେ ଗତି କରିପାରେ ।
  • ଗଭୀର ସମୁଦ୍ର ମଧ୍ୟରେ ୨୪ ସାମୁଦ୍ରିକ ମୀଲ ବା ୪୪ କିଲୋମିଟର ବେଗରେ ଯାଇପାରେ ଅରିଘାତ
  • ଏହି ସବମାରିନରେ ୮ଟି ଲଞ୍ଚ୍ ଟୁବ୍ୟ ରହିଛି ।
  • ଅରିଘାତର ଲମ୍ବ ୧୧୧.୬ ମିଟର, ୧୧ ମିଟର ଓସାର ଏବଂ ଉଚ୍ଚତା ୯.୫ ମିଟର
  • ଏହାର ଓଜନ ୬ ହଜାର ଟନ୍
  • ସମୁଦ୍ର ମଧ୍ୟରେ ମିସାଇଲ ଆକ୍ରମଣରେ ମାହିର ଅରିଘାତ ସୋନାର ସଞ୍ଚାର ପ୍ରଣାଳୀ, ସାମୁଦ୍ରିକ ମିସାଇଲ ଏବଂ ବିକିରଣ ବିରୋଧି ସୁରକ୍ଷା ବ୍ୟବସ୍ଥା ଯୋଗାଇ ପାରିବ ।

Get real time updates directly on you device, subscribe now.