fbpx

ରାସ୍ତା କଡ଼ରେ ଖଟି କିମ୍ବା ମଦ୍ୟପାନ କରୁଥିଲେ ସାବଧାନ: ବାଇକ ପେଟ୍ରୋଲିଙ୍ଗ୍ ବେଳେ ଅଚାନକ କରୁଛି କମିସନରେଟ ପୋଲିସ

ଭୁବନେଶ୍ୱର: ରାସ୍ତା କଡ଼ରେ ଖଟି କିମ୍ବା ମଦ୍ୟପାନ କରୁଥିଲେ ସାବଧାନ। ଏବେ ସନ୍ଧ୍ୟାହେଲେ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ରାସ୍ତାକଡ଼ରେ ଖଟି ଜମୁଥିବା ଦେଖିବାକୁ ମିଳିଛି। ଅନେକ ସ୍ଥାନରେ ମଦୁଆମାନେ ମଧ୍ୟ ଆସର ଜମାଉଛନ୍ତି। ଏହାକୁ ନଜରରେ ରଖି ସକ୍ରିୟ ହୋଇଉଠିଛି କମିସନରେଟ ପୋଲିସ। ଭୁବନେଶ୍ୱରରେ ସନ୍ଧ୍ୟା ହେଲେ ବିଭିନ୍ନ ଜାଗା ବୁଲୁଛନ୍ତି ପୋଲିସ ଆଉ ଯେଉଁମାନେ ଧରା ପଡୁଛନ୍ତି ସେମାନଙ୍କ ଉପରେ ମୋଟା ଅଙ୍କର ଜରିମାନା ଲଗାଉଛନ୍ତି।

କମିସନରେଟ ପୋଲିସର ସ୍ୱତନ୍ତ୍ର ବାଇକ ସ୍କ୍ବାର୍ଡ ପେଟ୍ରୋଲିଙ୍ଗ୍ ବେଳେ ଅଚାନକ ଚଢ଼ାଉ କରୁଛନ୍ତି। ଆଉ ଧାରା ପଡିଲେ ସେମାନଙ୍କୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲଗାଉଛନ୍ତି। ଭୁବନେଶ୍ୱରରେ ହକି ବିଶ୍ୱକପ ସମୟରେ କମିସନରେଟ ପୋଲିସ ସ୍ୱତନ୍ତ୍ର ଟିମ୍ ଲଗାଇ ଏସବୁ ଦିଗ ପ୍ରତି ଧ୍ୟାନ ରଖିଥିବା ବେଳେ ପରେ ଶାନ୍ତ ପଡିଯାଇଥିଲା। ଏହାର ସୁଯୋଗ ନେଇ ଯୁବକମାନେ ରାସ୍ତାକଡ଼ରେ ଖଟି କରିବା ସହିତ ମଦର ଆସର ଜମାଉଛନ୍ତି।

Get real time updates directly on you device, subscribe now.