(Video) ଭୁବନେଶ୍ୱରରେ ଜଳ ସଙ୍କଟ: ସାର୍ଟସିଟିରେ ୨ ଦିନ ପର୍ଯ୍ୟନ୍ତ ଆସିବନି ପାଣି! ଏହିସବୁ ଅଞ୍ଚଳରେ ପଡିବ ପ୍ରଭାବ

ଭୁବନେଶ୍ୱର: ଆଦିବାସୀ ଗାଁ-ଗହଳି ଇତ୍ୟାଦିରେ ଅଧିକାଂଶ ସମୟରେ ଜଳ ସଂଙ୍କଟ ଦେଖାଦିଏ । କିନ୍ତୁ ଏବେ ଏହି ସମସ୍ୟାର ସମ୍ମୁଖୀନ ହେବାକୁ ଯାଉଛି ରାଜଧାନୀ ତଥା ସ୍ମାର୍ଟସିଟି ଭୁବନେଶ୍ୱର । ରାଜଧାନୀ ଭୁବନେଶ୍ୱରରେ ମିଳିବନି ପାଣି । ଆଜି ଅପରାହ୍ନ ୨ଟାରୁ ୧୯ ତାରିଖ(ଆସନ୍ତାକାଲି) ଅପରାହ୍ନ ୨ଟା ପର୍ଯ୍ୟନ୍ତ ରାଜଧାନୀ ଭୁବନେଶ୍ୱରର କିଛି ଅଞ୍ଚଳକୁ ମିଳିବନି ପାଣି । ଜଳସଙ୍କଟର ସାମ୍ନା କରିପାରନ୍ତି ରାଜଧାନୀର କିଛି ଅଞ୍ଚଳର ବାସିନ୍ଦା । ମୁଖ୍ୟ ଜଳଯୋଗାଣ ପାଇପ ମରାମତି ପାଇଁ ମୁଣ୍ଡଳିରୁ ଜଳଯୋଗାଣ ବନ୍ଦ ରହିବ । ତେଣୁ ଭୁବନେଶ୍ୱରର କିଛି ଅଞ୍ଚଳରେ ଜଳ ଯୋଗାଣ ବ୍ୟାହତ ରହିବ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ୱାଟକୋ । ତେଣୁ ଆଗୁଆ ଜଳ ସଞ୍ଚିତ କରି ରଖିବାକୁ ୱାଟକୋ ପରାମର୍ଶ ଦେଇଛି । ନଜର ପକାନ୍ତୁ ଭୁବନେଶ୍ୱରର କେଉଁ କେଉଁ ଅଞ୍ଚଳ ବାସିନ୍ଦା ଜଳ ସମସ୍ୟାର ସାମ୍ନା କରିବେ ।

ପାଇପ ମରାମତି ପାଇଁ ମୁଣ୍ଡଳିରୁ ଜଳଯୋଗାଣ ବନ୍ଦ ରହିବ । ୧୮ ତାରିଖ ଅପରାହ୍ନ ୨ଟାରୁ ୧୯ ତାରିଖ ୨ଟା ପର୍ଯ୍ୟନ୍ତ ଜଳଯୋଗାଣ ବ୍ୟାହତ ହେବ । ତେବେ ଆଜି ଘାଟିକିଆ ଅଞ୍ଚଳର, କଳିଙ୍ଗ ନଗର, ପାତ୍ରପଡ଼ା, ଭରତପୁର, ଶାମପୁର, ଘାଟିକିଆ, ଖଣ୍ଡଗିରିବାରି, ଖଣ୍ଡଗିରି ବିହାର, କୋଳଥୁଆ, ଆଇଗିଣିଆ, ବରମୁଣ୍ଡା, ଜଗନ୍ନାଥ ବିହାର, ରେଣ୍ଟାଲ କଲୋନୀ, ସି.ଆର.ପି.ଏଫ ଅଞ୍ଚଳ, ଏକାମ୍ର ଭିଲ୍ଲା, ବରମୁଣ୍ଡା ବସଷ୍ଟାଣ୍ଡ ଅଞ୍ଚଳ, ତପୋବନ ଅଞ୍ଚଳ, ଏମ୍ସ ନଗର, ଏମ୍ସ ହସ୍ପିଟାଲ ପାଣି ଆସିବ ନାହିଁ । ପୋଖରିପୁଟ ଅଞ୍ଚଳର ଯଦୁପୁର, ଡୁମୁଡୁମା ଗାଁ, ଡୁମୁଡୁମା ହାଉସିଂ ବୋର୍ଡ଼ କଲୋନୀ, ଜାଗମରା, ଜଗମୋହନ ନଗର, ଧର୍ମ ବିହାର, ଗଣ୍ଡମୁଣ୍ଡା, ଭକ୍ତମଧୁନଗର, ଅନନ୍ତ ବିହାର, ଲିଙ୍ଗରାଜ ବିହାର, କାରଗିଲ୍ ବସ୍ତ୍ର, କପିଳପ୍ରସାଦ ଗାଁ, କପିଳପ୍ରସାଦ ବିଡ଼ିଏ କଲୋନୀ, ସୁନ୍ଦରପଦା, ବରମୁଣ୍ଡା ଗାଁ ,କ୍ରିସ୍ ଗାର୍ଡେନ୍, ମଲ୍ଲିକ କମ୍ପେ୍ଲକ୍ସ, ସିଦ୍ଧବିହାର, ସୌଭାଗ୍ୟ ନଗର, ଶତାବ୍ଦୀ ନଗର ଜଳଯୋଗାଣା ବ୍ୟାହତ ରହିବ ।

ସେହିପରି ହାଇ ଲେବଲ ଟ୍ୟାଙ୍କର ଏରୋଡ୍ରମ ଏରିଆ, ଭୀମପୁର, ପଳାସପଲ୍ଲୀ, ଫରେଷ୍ଟ ପାର୍କ, ଶିରିପୁର, ଗଙ୍ଗନଗର, ୟୁନିଟ୍ ୧ ଠାରୁ ୮ (ଆଂଶିକ) ପ୍ରଭାବିତ ହେବ । ଖାଲି ଏତିକି ନୁହେଁ ନୟାପଲ୍ଲୀ ଅଞ୍ଚଳର ଆଇ.ଆର.ସି ଭିଲେଜ ଏନ-୧ ଠାରୁ ଏନ-୬ ପର୍ଯ୍ୟନ୍ତ, ନୟାପଲ୍ଲୀ ଗାଁ, କବାରୀ ବସ୍ତି, ଗଡ଼ସାହି ବସ୍ତି, ନୀଳକଣ୍ଠ ନଗର, ବାଲିତୋଟା ସାହି, ଆନନ୍ଦ ବିହାର, ସୀତାପୁର ବସ୍ତି, ଶାସ୍ତ୍ରୀ ନଗର ଅଞ୍ଚଳରେ ଜଳଯୋଗାଣ ବ୍ୟାହତ ଦେଖାଦେବ । ସେପଟେ ଚନ୍ଦ୍ରଶେଖରପୁର ଅଞ୍ଚଳର ନିଳାଦ୍ରୀବିହାର, ସାଲିଆ ସାହି, ମୈତ୍ରୀ ବିହାରରେ ମଧ୍ୟ ଜଳ ଯୋଗାଣ ପ୍ରଭାବିତ ହେବ ବୋଲି ଜଣାପଡିଛି ।

Get real time updates directly on you device, subscribe now.