fbpx

କଟକ ରାସ୍ତା ପାଲଟିଲା ଜଳପ୍ରପାତ; ରାସ୍ତା ଉପରେ ଆଣ୍ଠୁଏ ପାଣି

କଟକ (ଓଡ଼ିଶା ଭାସ୍କର): ରାସ୍ତା ମଝିରେ କିଛି ନଥିବା ବେଳେ ହଠାତ ଉଠିଲା ପୁରୁଷେ ଉଚ୍ଚର ପାଣି । ଏମିତି ଏକ ଘଟଣା ଘଟିଛି ସିଲଭର ସିଟି କଟକରରେ । କଟକ ରାଜାବଗିଚା ଅଞ୍ଚଳରେ ଏମିତି ଘଟଣା ଘଟିବା ସହିତ ଲୋକ ମଧ୍ୟ ଆଚମ୍ବିତ ହୋଇ ଯାଇଥିଲେ । କେହି କିଛି ବୁଝିବା ପୂର୍ବରୁ ରାସ୍ତା ଉପରେ ଜମା ହୋଇ ଯାଇଥିଲା ଆଣ୍ଠୁଏ ଉଚ୍ଚର ପାଣି ।
ଲୋକାରଣ୍ୟ ରାସ୍ତାରେ ଏମିତି ଘଟଣା ଦେଖି ସମସ୍ତେ ତାଜୁବ ହୋଇ ଯାଇଥିଲେ । ପାଣି ପାଇପ ଫାଟିବା କାରଣରୁ ଏଭଳି ସ୍ଥିତି ଉପୁଜିଥିବା ଜଣାପଡିଛି । ପିଡବ୍ଲ୍ୟୁଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଉପରେ ନଜର ରଖିଛନ୍ତି ।

Get real time updates directly on you device, subscribe now.