fbpx
BJD SKY
BJD SKY

ଭାରତରୁ ସିଧା ହେବ କୈଳାସ ପର୍ବତର ଦର୍ଶନ: ଚୀନ ଦେଇ ଯିବାର ଟେନସନ୍ ଶେଷ

BJD

ନୂଆଦିଲ୍ଲୀ: ଭଗବାନ ଶିବଙ୍କ ଶ୍ରଦ୍ଧାଳୁମାନଙ୍କ ପାଇଁ ଆସିଛି ଏକ ଖୁସିଖବର  । ଏବେ ଶିବଙ୍କ ନିବାସ ସ୍ଥଳୀ କୈଳାସ ପର୍ବତର ଯାତ୍ରା ସହଜ ହେବାକୁ ଯାଉଛି । ସେମାନଙ୍କୁ ନିଜର ଆରାଧ୍ୟ ଦେବତାଙ୍କ ଦର୍ଶନ ପାଇଁ ଚୀନ୍ ଯିବାକୁ ଆବଶ୍ୟକତା ପଡ଼ିବ ନାହିଁ । ଚଳିତ ବର୍ଷ ସେପ୍ଟମ୍ବର ମାସରୁ ଭକ୍ତମାନେ ଭାରତ ପଟୁ ସିଧାସଳଖ ଯାତ୍ରା କରିପାରିବେ ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି ।

 

ସରକାରୀ ଅଧିକାରୀମାନେ କହିଛନ୍ତି ଯେ, ପିଥୌରାଗଡ଼ ଜିଲ୍ଲାର ନଭିଧାଙ୍ଗ୍ ଅନ୍ତର୍ଗତ ‘କେଏମ୍ଭିଏନ୍ ହଟସ୍’ଠାରୁ ‘ବର୍ଡର୍ ରୋଡ୍ସ୍ ଅର୍ଗାନାଇଜେସନ୍’ର (ବିଆରଓ) ଭାରତ-ଚୀନ୍ ସୀମାନ୍ତ ଅଞ୍ଚଳରେ ଥିବା ଲିପୁଲେଖ ଘାଟି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରୁଛନ୍ତି । ଚଳିତ ବର୍ଷ ସେପ୍ଟେମ୍ବର ମାସ ସୁଦ୍ଧା ତାହା ଶେଷ ହେବ ।

 

ବିଆରଓର ‘ଡାଇମଣ୍ଡ୍ ପ୍ରୋଜେକ୍ଟ୍’ର ଚିଫ୍ ଇଞ୍ଜିନିୟର ବିମଳ ଗୋସ୍ୱାମୀ କହିଛନ୍ତି, ନଭିଧାଙ୍ଗ୍ ଅନ୍ତର୍ଗତ ‘କେଏମ୍ଭିଏନ୍ ହଟସ୍’ଠାରୁ ‘ଲିପୁଲେଖ ଘାଟି’ ପର୍ଯ୍ୟନ୍ତ ପ୍ରାୟ ସାଢ଼େ ୬ କିଲୋମିଟର ରାସ୍ତା ନିର୍ମାଣ ପାଇଁ ଆମେ ପଥର କଟା କାର୍ଯ୍ୟ ଆରମ୍ଭ କରି ଦେଇଛୁ । ଏହି ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯିବା ପରେ ସେ ବାଟେ ‘କୈଳାସ ଭିୟୁ ପଏଣ୍ଟ୍’ ପ୍ରସ୍ତୁତ ହୋଇଯିବ ।

 

ତେବେ ଭାରତ ସରକାରଙ୍କ ଦ୍ୱାରା ‘ହୀରକ ପ୍ରକଳ୍ପ’ ବା ‘ଡାଇମଣ୍ଡ୍ ପ୍ରୋଜେକ୍ଟ’ ପୋଜେକ୍ଟ ବିକସିତ କରିବା ପାଇଁ ଦାୟିତ୍ୱ ଦିଆଯାଇଥିଲା । ଗୋସ୍ୱାମୀ କହିଛନ୍ତି ଯେ, ରାସ୍ତା କଟିଙ୍ଗର କାମ ଅନେକ ଶେଷ ହୋଇଯାଇଛି ଓ ପାଣିପାଗ ଅନୁକୂଳ ରହିଲେ ସେପ୍ଟେମ୍ବର ସୁଦ୍ଧା କାମ ସମ୍ପୂର୍ଣ୍ଣ ଶେଷ ହୋଇଯିବ ।

Get real time updates directly on you device, subscribe now.