fbpx
BJD
BJD SKY
BJD SKY

ପଶ୍ଚିମବଙ୍ଗ ଫାଇଟ୍‌: ନନ୍ଦିଗ୍ରାମ ଉପରେ ରହିଛି ସମସ୍ତଙ୍କ ନଜର

BJD

କୋଲକାତା,୨ ।୫: ଭୋଟ ଗ୍ରହଣ ପରେ ଆଜି ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣତି ଆରମ୍ଭ ହୋଇଛି । କିନ୍ତୁ ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଆସନର ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି । ଏଯାଏ ଭୋଟ ଗଣତିର ପ୍ରାଥମିକ ରିପୋର୍ଟ ଆସିନି । ନନ୍ଦିଗ୍ରାମରେ ନଜର ଥିବାର କାରଣ ହେଉଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ନନ୍ଦିଗ୍ରାମରୁ ପ୍ରାର୍ଥୀ ଭାବେ ଲଢିଛନ୍ତି ଦିଦି । ଅନ୍ୟପଟେ ମମତାଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି ବିଜେପିର ଶୁଭେନ୍ଦୁ ଅଧିକାରୀ । ଫଳରେ ନନ୍ଦିଗ୍ରାମରେ କଡା ଟକ୍କର ଦେଖିବାକୁ ମିଳିଛି ।

ତେବେ ଆଜି ପଶ୍ଚିମବଙ୍ଗର ୨୯୨, ଆସାମର ୧୨୬ ଆସନ ପାଇଁ ଭୋଟ୍ ଗଣତି ଜାରି ହୋଇଥିବା କେରଳର ୧୪୦, ତାମିଲନାଡୁର ୨୩୪ ଓ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀର ୩୦ଟି ଆସନ ପାଇଁ ଚାଲିଛି ଭୋଟ ଗଣତି । ଗଣତି ପାଇଁ ୫ ରାଜ୍ୟରେ ୨ ହଜାର ୩୬୪ଟି କେନ୍ଦ୍ର ରହିଛି । କୋଭିଡ ଦୃଷ୍ଟିରୁ ମତଗଣନା କେନ୍ଦ୍ର ସଂଖ୍ୟାକୁ ଦୁଇଗୁଣ କରାଯାଇଛି । ଏହା ସହ ୮୨୨ ରିଟର୍ଣ୍ଣିଂ ଅଫିସର ଓ ୭୦୦୦ ସରକାରୀ ରିଟର୍ଣ୍ଣିଂ ଅଫିସରଙ୍କୁ ନିଯୁକ୍ତ କରାଯାଇଛି । ୫ ରାଜ୍ୟରେ ୯୫ ହଜାର ଅଧିକାରୀ ଭୋଟ ଗଣତିରେ ନିୟୋଜିତ ହୋଇଛନ୍ତି ।

Get real time updates directly on you device, subscribe now.