fbpx

କରୋନାର ଭୟଙ୍କର ସଂକ୍ରମଣ: ଏହି ସହରରେ ଲକଡାଉନ୍ ନିଷ୍ପତ୍ତି

ଚଣ୍ଡିଗଡ଼, ୨ା୫: କରୋନା ଭାଇରସର ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଚଣ୍ଡିଗଡ଼ରେ ସପ୍ତାହାନ୍ତ ଲକଡାଉନ ଘୋଷଣା କରାଯାଇଛି । ମେ ୧ ତାରିଖ ସକାଳ ୫ଟାରୁ ଏହି ନିୟମ କାର୍ଯ୍ୟକାରୀ କରାଯାଇଛି । ଏହାଛଡ଼ା ଦୈନିକ କର୍ଫ୍ୟୁ ସନ୍ଧ୍ୟା ୬ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ପୂର୍ବପରି ବଳବତ୍ତର ରହିବ ବୋଲି କୁହାଯାଇଛି ।

ଲକଡାଉନ ସମୟରେ ସାଧାରଣ ଜନତାଙ୍କୁ ବାହାରକୁ ବାହାରିବାକୁ ବାରଣ କରାଯାଇଛି । ତେବେ ଲକଡାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ, ପନିପରିବା, କ୍ଷୀର ଆଦି ଦୋକାନ ଦ୍ୱିପ୍ରହର ୨ଟା ପର୍ଯ୍ୟନ୍ତ ଖୋଲା ରହିବ । ଏହି ସମୟରେ ସମସ୍ତ ଟିକାକରଣ କେନ୍ଦ୍ର, ଟେଷ୍ଟିଂ କେନ୍ଦ୍ର, ମେଡିକାଲ, ଏଟିଏମ୍ ଖୋଲା ରହିବ । ରେଷ୍ଟୁରାଣ୍ଟ, ହୋଟେଲ ଆଦି ରାତି ୯ଟା ପର୍ଯ୍ୟନ୍ତ ହୋମ ଡେଲିଭରି କରିପାରିବେ । ଗର୍ଭବତୀ ମହିଳା ଓ ରୋଗୀଙ୍କୁ ଏହି ସମୟରେ ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ସହାୟତା ପ୍ରଦାନ କରାଯିବ । ବିବାହ ଉତ୍ସବମାନଙ୍କରେ ୫୦ ଜଣ ଓ ଶୁଦ୍ଧିକ୍ରିୟାରେ ୨୦ ଜଣ ଯୋଗଦେଇ ପାରିବେ । ଏତଦବ୍ୟତୀତ ଲକଡାଉନ ସମୟରେ ପରୀକ୍ଷାର୍ଥୀ ଓ ପରୀକ୍ଷକଙ୍କୁ ନିଜର କାର୍ଯ୍ୟ କରିବାକୁ ଅନୁମତି ଦିଆଯିବ ବୋଲି ଜିଲ୍ଲାପାଳଙ୍କ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି ।

Get real time updates directly on you device, subscribe now.